ହରିୟାଣା ବିଧାନସଭା ନିର୍ବାଚନପାଇଁ ଘୋଷଣା ପତ୍ର ଜାରି କରିଲା ବିଜେପି
ଚଣ୍ଡୀଗଡ଼: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ନିଜର ଘୋଷଣାପତ୍ର ଜାରି କରିଥିବା ଜଣାଯାଇଛି ।ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା , ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର,ରାଜ୍ୟ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା,ହରିୟାଣା ପ୍ରଭାରୀ ଅନୀଲ ଜୈନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ପ୍ରମୁଖ ଯୋଗ ଦେଇ ଏହି ଘୋଷଣାପତ୍ର ଜାରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ପକ୍ଷରୁ ଜାରି କରାଯାଇଥିବା ଏହି ୩୨ ପୃଷ୍ଠାର ଘୋଷଣା ପତ୍ରକୁ ଆମ ସ୍ୱପ୍ନର ହରିୟାଣା ବୋଲି ନାମ ଦିଆଯାଇଛି। ଏହି ଘୋଷଣା ପତ୍ରରେ ମହିଳା କୃଷକ,ଗରିବ, ଯୁବକ ଓ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଥିବା ଜଣାଯାଇଛି ।ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ଭିତରେ ସରକାର ଗରିବ ଶୋଷିତ,ବଞ୍ଚିତଙ୍କ ଉପରେ ଅଧିକ ଫୋକସ କରୁଛନ୍ତି।
ସୂଚନାଯୋଗ୍ୟ ପୂର୍ବରୁ ଗତ ଅକ୍ଟୋବର ୧୧ ତାରିଖରେ କଂଗ୍ରେସ ହରିୟାଣା ପାଇଁ ଘୋଷଣାପତ୍ର ଜାରି କରିସାରିଛି ।