ବେଙ୍ଗାଲୁରୁ: ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟରେ କମ୍ ଭୋଟ୍ ପ୍ରତିଶତ ପାଇଁ ଅନେକ କାରଣ ଦିଆଯାଇଛି। କିନ୍ତୁ ବିଭିନ୍ନ ଦଳଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ଏହାର ଏକ ପ୍ରମୁଖ କାରଣ ଭାବରେ ଅତ୍ୟଧିକ ତାତିକୁ ଦର୍ଶାଉଛନ୍ତି | ପ୍ରଥମ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଥିଲା | ଏହାକୁ ଦୃଷ୍ଟିରେ ରଖି ମତଦାନର ସମୟ ବଦଳାଇବାକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି। ପ୍ରବଳ ଗରମ ହେତୁ ଆସନ୍ତା ୭ ତାରିଖ ଲୋକସଭା ନିର୍ବାଚନ ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମତଦାନ ସମୟ ସ୍ଥିର କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଛି। କର୍ଣ୍ଣାଟକ ବିଜେପି ଶୁକ୍ରବାର ଦିନ ରାଜ୍ୟର ୧୪ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭୋଟ୍ ସମୟ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି।
ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟରେ ମେ ୭ ତାରିଖ ସକାଳ ୭ଟାରୁ ୬ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅତ୍ୟଧିକ ତାତି ହେତୁ ସକାଳ ୧୦ଟାରୁ ୫ଟା ମଧ୍ୟରେ ଭୋଟ୍ ଦେବା କଷ୍ଟକର ହୋଇପଡୁଛି । ବିଜେପିର ଆବେଦନରେ କୁହାଯାଇଛି ଯେ ଉତ୍ତର କର୍ଣ୍ଣାଟକରେ ହାରାହାରି ତାତି ୩୭ ରୁ ୪୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି ଏବଂ ଭୋଟର ଘରୁ ଆସି ଭୋଟ ଦେବାକୁ ଚାଁହୁନାହାନ୍ତି ବୋଲି କୁହାଯାଇଛି | ଯେହେତୁ ୪୦ ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା ଅଧିକ ତେଣୁ ସମୟ ପରିବର୍ତ୍ତନ ପାଇଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/voter-2323.jpg)