ଦଳିତ ହିଂସା ପାଇଁ ବିଜେପି ଦାୟୀ: ରାହୁଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜଳଗାଓଁରେ ୨ ଜଣ ଦଳିତ ବାଳକଙ୍କୁ ଉଲଗ୍ନ କରି ଚଲାଯିବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆର୍‌ଏସ୍‌ଏସ୍‌ ଏବଂ ବିଜେପିକୁ ଦାୟୀ କରିଛନ୍ତି। ଜଳଗାଓଁର ବାକାଡି ଗ୍ରାମରେ ୨ ଜଣ ଦଳିତ ବାଳକ ସବର୍ଣ୍ଣଙ୍କ କୂଅରେ ଗାଧୋଇ ଥିବାରୁ ସେମାନଙ୍କୁ ଏଭଳି ଦଣ୍ଡ ଦିଆଯିବା ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ବିଜେପି ଏବଂ ଆର୍‌ଏସ୍‌ଏସ୍‌ର ବିଭାଜନକାରୀ ନୀତି ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ରାହୁଲ କହିଛନ୍ତି। ଦେଶରେ ଏବେ ମାନବତା ସଙ୍କଟରେ ପଡ଼ିଯାଇଛି ବୋଲି ମତଦେଇ ସେ କହିଛନ୍ତି ଯେ ଏଭଳି ଚିନ୍ତାଧାରା ବିରୋଧରେ ଆମେ ସ୍ୱର ଉତ୍ତୋଳନ ନକଲେ ଇତିହାସ ଆମକୁ କ୍ଷମା ଦେବନାହିଁ।

ସମ୍ବନ୍ଧିତ ଖବର