ନୂଆଦିଲ୍ଲୀ : ବିଜେପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ । ବିଜେପି ପଛକୁ ରହିଛି ବିଏସପି ଓ ୩ୟ ସ୍ଥାନରେ ରହିଛି କଂଗ୍ରେସ ବୋଲି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ରିପୋର୍ଟରୁ ଜଣାପଡ଼ିଛି ।

Advertisment

୨୦୧୯-୨୦ରେ ଦେଶର ୭ଟି ଜାତୀୟ ଦଳ ଓ ୪୪ ଆଞ୍ଚଳିକ ଦଳଙ୍କ ପକ୍ଷରୁ ଘୋଷିତ ସଂପତ୍ତି ତାଲିକାକୁ ବିଶ୍ଳେଷଣ କରି ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି । ବିଜେପି ପକ୍ଷରୁ ମୋଟ ୪୮୪୭ କୋଟି ଟଙ୍କାର ସଂପତ୍ତି ଘୋଷଣା କରାଯାଇଛି । ସେହିପରି ବିଏସପି ପକ୍ଷରୁ ୬୯୮ କୋଟି ଟଙ୍କାର ସଂପତ୍ତି ଓ କଂଗ୍ରେସ ୫୮୮ କୋଟି ଟଙ୍କାର ସଂପତ୍ତି ଘୋଷଣା କରିଛି ।

୭ଟି ଜାତୀୟ ଦଳ ଓ ୪୪ ଆଞ୍ଚଳିକ ଦଳଙ୍କ ପକ୍ଷରୁ ଯଥାକ୍ରମେ ୬୯୮୮ କୋଟି ଟଙ୍କା ଓ ୨୧୨୯ କୋଟି ଟଙ୍କାର ସଂପତ୍ତି ଘୋଷିତ କରାଯାଇଛି । ବିଜେପି ପକ୍ଷରୁ ଘୋଷିତ ସଂପତ୍ତିର ପରିମାଣ ସବୁ ଜାତୀୟ ଦଳ ଘୋଷଣା କରିଥିବା ମୋଟ ସଂପତ୍ତି ପରିମାଣର ପ୍ରାୟ ୬୯ ପ୍ରତିଶତ ବୋଲି ଜଣାପଡ଼ିଛି ।

ଆଞ୍ଚଳିକ ଦଳଙ୍କ ମଧ୍ୟରେ ସମାଜବାଦି ପାର୍ଟି ସର୍ବାଧିକ ୫୬୩ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିବାବେଳେ ଟିଆରଏସ ୩୦୧ କୋଟି ଓ ଏଆଇଏଡିଏମକେ ୨୬୭ କୋଟିର ସଂପତ୍ତି ଘୋଷଣା କରିଛନ୍ତି ।