ଦମ୍‌ ଅଛି ତ ରାମମନ୍ଦିର ନିର୍ମାଣକୁ ସମର୍ଥନ କର

କଂଗ୍ରେସକୁ ବିଜେପିର ଆହ୍ଵାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସବୁବେଳେ ବିବାଦରେ ରହିଆସୁଥିବା ବିଜେପି ଆଜି କଂଗ୍ରେସକୁ ଏକ ବଡ଼ ଆହ୍ଵାନ ଦେଇଛି। ଦମ୍‌ ଅଛି ଯଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ସଂସଦରେ ସମର୍ଥନ କରିବା ପାଇଁ କଂଗ୍ରେସ ଆଗେଇ ଆସୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, କଂଗ୍ରେସ କ୍ଷମତାକୁ ଆସିଲେ ମଧ୍ୟ ପ୍ରଦେଶରେ ଏହା ‘ରାମ ମାର୍ଗ’ (୧୪ ବର୍ଷ ବନବାସ ବେଳେ ଭଗବାନ ରାମ ଯେଉଁ ବାଟ ଦେଇ ଯାଇଥିଲେ ବୋଲି ବିଶ୍ୱାସ କରାଯାଉଛି) ନିର୍ମାଣ କରିବ ବୋଲି ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ କିଛିଦିନ ତଳେ କହିଥିଲେ। ଏହା ଉପରେ ଜବାବ ରଖି ବିଜେପି ରାଷ୍ଟ୍ରୀୟ ଉପସଭାପତି ପ୍ରଭାତ ଝା କହିଛନ୍ତି, ନିର୍ବାଚନକୁ ଆଖିରେ ରଖି ଭଗବାନ ରାମଙ୍କ ପାଇଁ କଂଗ୍ରେସଠାରେ ଭକ୍ତିଭାବ ପ୍ରକାଶ ପାଇଛି। ଯଦି ପ୍ରକୃତରେ କଂଗ୍ରେସଠାରେ ରାମଙ୍କ ପ୍ରତି ଭକ୍ତି ରହିଛି, ତା’ହେଲେ ସଂସଦରେ ରାମ ମନ୍ଦିର ନିର୍ମାଣ ପାଇଁ ଦଳ ସମର୍ଥନ ଜଣାଉ। ଏଣୁତେଣୁ କଥା ନକହି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବା ଲାଗି ଏହା ସମର୍ଥନ ଜଣାଇବ ବୋଲି ପ୍ରତିଶ୍ରୁତି ଦେଉ ବୋଲି ଝା ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର