ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣିଥରେ ନିଶାଣ କରିଛନ୍ତି। ସେ କହିଛନ୍ତି ଯେ ଶିକ୍ଷାର ବିକାଶ କଥା କହୁଥିବା ଆପ୍ ସରକାର ମଦ ବିକ୍ରିକୁ ପ୍ରୋତ୍ସାହିତ କରିଛି ଏବଂ ଦୁର୍ନୀତିରେ ବୁଡ଼ି ରହିଛି। କେଜରିୱାଲ ଓ ତାଙ୍କ ଡେପୁଟି ମନୀଷ ସିସୋଦିଆଙ୍କ ଉପରେ ବିଜେପି ଘୋର ଆକ୍ରମଣ ଜାରି ରଖିଥିବା ବେଳେ ଠାକୁର କହିଛନ୍ତି ଯେ ଆମ୍ ଆଦ୍ମୀ ପାର୍ଟି ଶିକ୍ଷାର ବିକାଶ ପାଇଁ ବଡ଼ବଡ଼ ଭାଷଣ ମାରୁଛି କିନ୍ତୁ ମଦ କେମିତି ଅଧିକ ବିକ୍ରି ହେବ ସେହି କାମରେ ହିଁ ମାତିଛି। ଆପ୍ ସରକାର ଦିଲ୍ଲୀରେ ପାଠଶାଳା ନୁହେଁ, ମଧୁଶାଳା (ମଦ ଦୋକାନ) ଅଧିକ ଖୋଲିଛନ୍ତି। ମଦ ଦୁର୍ନୀତି ସୂଚାଇ ଦେଉଛି, ଆପ୍ ସରକାର କେମିତି ନାକ ଯାଏ ଦୁର୍ନୀତିରେ ବୁଡ଼ିଛି। ଏହାର ଅବକାରୀ ନୀତି ନେଇ ବିଜେପି ପଚାରୁଥିବା ପ୍ରଶ୍ନର କାହିଁକି ସେମାନେ ଉତ୍ତର ଦେଉନାହାନ୍ତି ବୋଲି ଠାକୁର ପ୍ରଶ୍ନ କରିଛନ୍ତି। ଯଦି ଅବକାରୀ ନୀତି ଠିକ୍ ଥିଲା ତା’ହେଲେ କାହିଁକି ସେମାନେ ତାକୁ ପ୍ରତ୍ୟାହାର କରିନେଲେ? ସତକଥା ହେଲା ଯେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି। ଦୁର୍ନୀତି ଅଭିଯୋଗରେ ତାଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ଜେଲ ଯାଇଛନ୍ତି ଏବଂ ମଦ ମନ୍ତ୍ରୀ ଏବେ ତଦନ୍ତାଧୀନ ଅଛନ୍ତି। ଏପରି ମନ୍ତ୍ରୀ ଶିକ୍ଷାର କି ବିକାଶ କରିବେ? ମନ୍ତ୍ରୀ ଯଦି ମଦ ଦୋକାନ ଖୋଲିବା ଓ ଦୁର୍ନୀତିରେ ବ୍ୟସ୍ତ ରହିବେ ତେବେ ସେ ଶିକ୍ଷା ଉପରେ ଗୁରୁତ୍ବ ଦେଇ ପାରିବେ କି ବୋଲି ଠାକୁର ପ୍ରଶ୍ନ କରିଛନ୍ତି।
ଆପ୍ ପାଠଶାଳା ନୁହେଁ, ମଧୁଶାଳା ଖୋଲିଛି: ବିଜେପି
/sambad/media/post_attachments/wp-content/uploads/2022/04/bjp-party-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)