ଅଯୋଧ୍ୟା ରାୟ ସଂପର୍କିତ ଲେଖାକୁ ନେଇ ବିବାଦ : ବିଜେପି କହିଲା ସୋନିଆ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ

‘ନ୍ୟାସନାଲ ହେରାଲ୍‌ଡ’ର କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ: ଅଯୋଧ୍ୟା ରାୟକୁ ନେଇ କଂଗ୍ରେସ ସମର୍ଥିତ ‘ନ୍ୟାସନାଲ ହେରାଲ୍‌ଡ’ ଖବରକାଗଜରେ ପ୍ରକାଶ ପାଇଥିବା ଏକ ଲେଖା ଏବଂ କାର୍ଟୁନ୍‌କୁ ନେଇ ରାଜନୀତି ସରଗରମ ହୋଇଛି। ଏହି ଲେଖାକୁ ନେଇ ବିବାଦ ବଢ଼ିବା ପରେ ଆଜି ନ୍ୟାସନାଲ ହେରାଲ୍‌ଡ’ କ୍ଷମା ପ୍ରାର୍ଥନା କରିଛି। ଏହି ବିବାଦୀୟ ଲେଖାରେ କୁହାଯାଇଥିଲା ଯେ ସୁପ୍ରିମ୍‌ କୋର୍ଟଙ୍କ ଅଯୋଧ୍ୟା ରାୟ ଆମକୁ ପାକିସ୍ତାନ ସୁପ୍ରିମ୍‌ କୋର୍ଟ କଥା ମନେ ପକାଇ ଦେଉଛି । ଏହି ଲେଖାରେ ଭାରତର ନ୍ୟାୟ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରାଯାଇଥିବା ଅଭିଯୋଗ ଆଣି ବିଜେପି ଏହାର ଜୋର୍‌ଦାର ବିରୋଧ କରିଛି। ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି, ‘ନ୍ୟାସନାଲ୍‌ ହେରାଲ୍‌ଡ ଖବର କାଗଜ କହୁଛି ଯେ ବିଜେପି ଏବଂ ବିଶ୍ବ ହିନ୍ଦୁ ପରିଷଦ ଯେଭଳି ଚାହୁଥିଲେ, ସୁପ୍ରିମ୍‌ କୋର୍ଟ ଅଯୋଧ୍ୟା ମାମଲାରେ ଠିକ୍‌ ସେହିଭଳି ରାୟ ଦେଇଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ନ୍ୟାୟ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇ ଏହାକୁ ପାକିସ୍ତାନ ସୁପ୍ରିମ୍‌ କୋର୍ଟ ସହ ତୁଳନା କରିବା ନିନ୍ଦନୀୟ।’ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର