ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଲୋକସଭା ନିର୍ବାଚନ ୨୦୨୪ ପାଇଁ ନିଜର ସପ୍ତମ ପ୍ରାର୍ଥୀ ତାଲିକା ଜାରି କରିଛି। ସପ୍ତମ ତାଲିକାରେ ବିଜେପି ମହାରାଷ୍ଟ୍ରର ଅମରାବତୀରୁ ନବନୀତ ରାଣାଙ୍କୁ ଟିକେଟ ଦେଇଥିବା ବେଳେ ଗୋବିନ୍ଦ କରଜୋଲଙ୍କୁ କର୍ଣ୍ଣାଟକର ଚିତ୍ରଦୁର୍ଗା ଆସନରୁ ପ୍ରାର୍ଥୀ କରାଯାଇଛି।

Advertisment

ନବନୀତ କୌର ରାଣା ୧୯୮୬ ମସିହା ଜାନୁଆରୀ ୩ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଅନେକ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି, ଯାହା ପରେ ସେ ୨୦୧୯ ରେ ଅମରାବତୀରୁ ସାଂସଦ ନିର୍ବାଚିତ ହୋଇଥିଲେ । ୧୯୫୧ ମସିହା ଜାନୁଆରୀ ୨୫ ତାରିଖରେ କର୍ଣ୍ଣାଟକର ବିଜାପୁର ତାଲୁକରେ ଜନ୍ମଗ୍ରହଣ କରିଥିବା କରଜୋଲ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଥିଲେ । ଏହାବ୍ୟତୀତ ସେ ମୁଧୋଲ ଆସନରୁ ମଧ୍ୟ ବିଧାୟକ ହୋଇଛନ୍ତି।

ଏହା ପୂର୍ବରୁ ମାର୍ଚ୍ଚ ୨୬ରେ ବିଜେପି ଷଷ୍ଠ ତାଲିକା ପ୍ରକାଶ କରିଥିଲା, ଯେଉଁଥିରେ ୩ ଜଣଙ୍କୁ ଟିକେଟ୍ ଦିଆଯାଇଥିଲା। ଏହି ତାଲିକାରେ ରାଜସ୍ଥାନରୁ ୨ ଜଣ ଏବଂ ମଣିପୁରର ଜଣେ ଲୋକସଭା ପ୍ରାର୍ଥୀଙ୍କ ନାମ ରହିଛି। ରାଜସ୍ଥାନର କରୌଲି-ଢୋଲପୁରରୁ ବର୍ତ୍ତମାନର ସାଂସଦ ମନୋଜ ରାଜୋରିଆଙ୍କ ଟିକେଟ କାଟି ବିଜେପି ଇନ୍ଦୁ ଦେବୀ ଜାଟବଙ୍କୁ ପ୍ରାର୍ଥୀ କରିଥିବା ବେଳେ କହ୍ନେୟା ଲାଲ ମୀନାଙ୍କୁ ଦୌସାରୁ ମୀନା ଜସକୌରଙ୍କ ଟିକେଟ କାଟି ପ୍ରାର୍ଥୀ ଘୋଷଣା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଡ. ରାଜକୁମାର ରଞ୍ଜନ ସିଂହଙ୍କୁ ମଣିପୁରର ଆଭ୍ୟନ୍ତରୀଣ ମଣିପୁର ଲୋକସଭା ଆସନରୁ ସୁଯୋଗ ଦିଆଯାଇଛି।