ମୁମ୍ବାଇ:କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରୀ ରାମଦାସ ଅଠାବଲେ ଭାଜପା-ଶିବସେନା ମେଣ୍ଟକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ଆଗାମୀ ଲୋକସଭା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ଶିବସେନା ମଧ୍ୟ ମେଣ୍ଟ ନିଷ୍ପତ୍ତି ନିଆଯିବା ବେଳେ ତାଙ୍କର ପାର୍ଟିରୁ ଉପେକ୍ଷା କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାମଦାସ ଅଠାବଲେ। ସେ କହିଛନ୍ତି,‘ମତେ ଯଦି କେହି ଉପେକ୍ଷା କରିବ, ତାଙ୍କୁ ଉପେକ୍ଷା କରିବାର ଶକ୍ତି ମୋର ଅଛି।’
/sambad/media/post_attachments/wp-content/uploads/2019/02/UDHAB-THAKREY-2.jpg)
ରାମଦାସ ଆଠବଲେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଅମିତ୍ ଶାହାଙ୍କ ଉପସ୍ଥିତିରେ ଭାଜପା-ଶିବସେନା ମେଣ୍ଟ ଘୋଷଣା କରାଗଲା,ସେତେବେଳେ ତାଙ୍କୁ ଡକାଯିବାର ଆବଶ୍ୟକତା ଥିଲା। ତାଙ୍କର ଦଳ ରିପବ୍ଲିକାନ୍ ପାର୍ଟିକୁ ଗୋଟିଏ ବି ସିଟ୍ ଦିଆଯାଇନାହିଁ। ଏଥିରେ ଏବେ ବି ତ୍ରୁଟି ସୁଧାରିବା ଲାଗି ସମୟ ଅଛି। ଏଥିନେଇ ଉଭୟ ଭାରତୀୟ ଜନତା ପାର୍ଟି ଓ ଶିବସେନା ଚିନ୍ତା କରିବା ଉଚିତ ବୋଲି ରାମଦାସ ଆଠବଲେ କହିଛନ୍ତି। ଯଦି ତାଙ୍କ ଦଳକୁ ମେଣ୍ଟରେ ସାମିଲ୍ କରା ନ ଯାଏ, ତେବେ ଭାଜପା-ଶିବସେନା ମେଣ୍ଟର ବଡ କ୍ଷତି ହେବ ବୋଲି ବି ସେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/ramdas.jpg)