ଭାଜପା-ଶିବସେନା ମେଣ୍ଟକୁ ନେଇ କ୍ଷୁବ୍ଧ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେ !

ମୁମ୍ବାଇ:କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରୀ ରାମଦାସ ଅଠାବଲେ ଭାଜପା-ଶିବସେନା ମେଣ୍ଟକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ଆଗାମୀ ଲୋକସଭା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ଶିବସେନା ମଧ୍ୟ ମେଣ୍ଟ ନିଷ୍ପତ୍ତି ନିଆଯିବା ବେଳେ ତାଙ୍କର ପାର୍ଟିରୁ ଉପେକ୍ଷା କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାମଦାସ ଅଠାବଲେ। ସେ କହିଛନ୍ତି,‘ମତେ ଯଦି କେହି ଉପେକ୍ଷା କରିବ, ତାଙ୍କୁ ଉପେକ୍ଷା କରିବାର ଶକ୍ତି ମୋର ଅଛି।’

ରାମଦାସ ଆଠବଲେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଅମିତ୍ ଶାହାଙ୍କ ଉପସ୍ଥିତିରେ ଭାଜପା-ଶିବସେନା ମେଣ୍ଟ ଘୋଷଣା କରାଗଲା,ସେତେବେଳେ ତାଙ୍କୁ ଡକାଯିବାର ଆବଶ୍ୟକତା ଥିଲା। ତାଙ୍କର ଦଳ ରିପବ୍ଲିକାନ୍‌ ପାର୍ଟିକୁ ଗୋଟିଏ ବି ସିଟ୍‌ ଦିଆଯାଇନାହିଁ। ଏଥିରେ ଏବେ ବି ତ୍ରୁଟି ସୁଧାରିବା ଲାଗି ସମୟ ଅଛି। ଏଥିନେଇ ଉଭୟ ଭାରତୀୟ ଜନତା ପାର୍ଟି ଓ ଶିବସେନା ଚିନ୍ତା କରିବା ଉଚିତ ବୋଲି ରାମଦାସ ଆଠବଲେ କହିଛନ୍ତି। ଯଦି ତାଙ୍କ ଦଳକୁ ମେଣ୍ଟରେ ସାମିଲ୍‌ କରା ନ ଯାଏ, ତେବେ ଭାଜପା-ଶିବସେନା ମେଣ୍ଟର ବଡ କ୍ଷତି ହେବ ବୋଲି ବି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର