ବେଙ୍ଗାଲୁରୁ : ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମେୟା ଏବଂ ଡିକେ ଶିବକୁମାର ଗତ ସପ୍ତାହରେ କର୍ଣ୍ଣାଟକ ସରକାରଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଥିଲେ। କୋଭିଡ୍ -୧୯ ଚିକିତ୍ସା ସଂକ୍ରାନ୍ତ ଉପକରଣ କ୍ରୟରେ ୨୦୦୦ରୁ ଅଧିକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଉକ୍ତ ମାମଲାରେ ସେମାନେ ବିଚାରବିଭାଗୀୟ ତଦନ୍ତ ଦାବି କରିଥିଲେ। ତେବେ ବିଜେପି ଏହି ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ନେଇଛି। କର୍ଣ୍ଣାଟକ କଂଗ୍ରେସ ଶାସକ ବିଜେପି ସରକାରକୁ ବଦନାମ କରିବାପାଇଁ ଚେଷ୍ଟା କରି ଏଭଳି ମିଥ୍ୟା ଆରୋପ ଲଗାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏନେଇ ବିଜେପି ସିଦ୍ଧରମେୟା, ଡିକେ ଶିବକୁମାର ଏବଂ ଅନ୍ୟ କଂଗ୍ରେସ ନେତାମାନଙ୍କୁ ଲିଗାଲ୍ ନୋଟିସ୍ ପଠାଇଛି। ଉଲ୍ଲେଖଯୋଗ୍ୟ କର୍ଣ୍ଣାଟକ ବିଧାନସଭାର ବିରୋଧୀ ଦଳ ନେତା ସିଦ୍ଧରମେୟା ଏବଂ କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାର ଏକ ସାମ୍ବାଦିକ ସମ୍ମିନଳୀରେ ଉଦ୍ବୋଧନ ଦେଇ ଦାବି କହିଥିଲେ ଯେ, ରାଜ୍ୟ ସରକାର ଏଯାବତ୍ କରୋନା ମହାମାରୀ ଲଢ଼େଇ ପାଇଁ ୪,୧୬୭ କୋଟି ଖର୍ଚ୍ଚ କରିଛନ୍ତି। ତେବେ ଏଥିରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଦୁର୍ନୀତି ଉପାୟରେ ହଡପ୍ କରାଯାଇଛି। କୋଭିଡ୍ ଚିକିତ୍ସା ପାଇଁ କିଛି ଉପକରଣ ତଥା ଭେଣ୍ଟିଲେଟର, ପିପିଇ କିଟ୍, ସାନିଟାଇଜର, ଗ୍ଲୋଭ୍ସ ଏବଂ ଅନ୍ୟ ଉପକରଣର ମୂଲ୍ୟ ଯଥେଷ୍ଟ ଅଧିକ ଦର୍ଶାଇ ଏକ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସେମାନେ ମଧ୍ୟ ଏନେଇ କିଛି ତଥ୍ୟ ପ୍ରମାଣ ରୂପେ ଦର୍ଶାଇଥିଲେ। କିନ୍ତୁ ବିଜେପି ସରକାର ଏହାକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି। କର୍ଣ୍ଣାଟକରେ ବିଜେପିର ସାଧାରଣ ସଚିବ ରବି କୁମାର ଏନେଇ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି।
କୋଭିଡ୍ ଦୁର୍ନୀତି ଅଭିଯୋଗ : ସିଦ୍ଧରମେୟା, ଡିକେ ଶିବକୁମାରଙ୍କୁ ଲିଗାଲ୍ ନୋଟିସ୍ ପଠାଇଲା ବିଜେପି
/sambad/media/post_attachments/wp-content/uploads/2020/08/Resizer_15961920965510.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)