ୟୁପିରେ ବିଜେପିକୁ ଝଟ୍‌କା:ଏନ୍‌ଡିଏ ଛାଡ଼ିଲା ଏସ୍‌ବିଏସ୍‌ପି

୩୯ ଆସନରେ ପ୍ରାର୍ଥୀ ଦେବ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ  ବିଜେପିକୁ ଏକ ବଡ଼ ଝଟ୍‌କା ମିଳିଛି। ବିଜେପିର ସହଯୋଗୀ ଦଳ ଏସ୍‌ବିଏସ୍‌ପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି)  ଏନ୍‌ଡିଏ ଛାଡ଼ିବା ସହ ପୃଥକ୍‌ ଭାବେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ରାଜ୍ୟରେ ୩୯ ଲୋକସଭା ଆସନରେ ଏସ୍‌ବିଏସ୍‌ପି ପ୍ରାର୍ଥୀ ଦେବ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଆସନ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ଏସ୍‌ବିଏସ୍‌ପି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶ ମନ୍ତ୍ରୀ ଓମ ପ୍ରକାଶ ରାଜଭର କହିଛନ୍ତି। ବିଜେପିର ଆସନ ବୁଝାମଣାରେ ଅସନ୍ତୁଷ୍ଟ ହୋଇ ଓମ୍‌ ପ୍ରକାଶ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ଆସନ ଭାଗବଣ୍ଟା ପାଇଁ ସେ ବହୁତ ସମୟ ଅପ‌େକ୍ଷା କଲେ। କିନ୍ତୁ ବିଜେପି ଅପ୍‌ନା ଦଳକୁ ୨ଟି ଆସନ ଦେଇଥିବାବେଳେ ଆମକୁ ନିରାଶ କଲା। ଏଥିପାଇଁ ଆମେ ଏନ୍‌ଡିଏ ଛାଡ଼ିବାକୁ ବାଧ୍ୟହେଲୁ ବୋଲି ସେ କହିଛନ୍ତି। ପୂର୍ବ ଉ‌ତ୍ତରପ୍ରଦେଶର ୧୨୫ ବିଧାନସଭା ଆସନରେ ଏସ୍‌ବିଏସ୍‌ପିର ପ୍ରଭାବ ରହିଛି ଏବଂ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବା ବୋଲି ସେ କହିଛନ୍ତି। ବିଜେପି ମାତ୍ର ଗୋଟିଏ ଆସନ ଆମ ପାଇଁ ଛାଡ଼ିଥିବାରୁ ଏହା କୌଣସି ସ୍ଥିତିରେ ବି ଗ୍ରହଣୀୟ ନଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର