ନୂଆଦିଲ୍ଲୀ: ନରୱେର ନୋବେଲ କମିଟି ଶୁକ୍ରବାର ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଥିଲା। ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଚ୍ଛତ୍ରବାଦରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହାସଲ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ମାରିଆ କୋରିନା ମାଚାଡୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଘୋଷଣା ପରେ କଂଗ୍ରେସ କରିଥିବା ପୋଷ୍ଟ ଭାଇରାଲ ହେବାରେ ଲାଗିଛି।
କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ, ମାରିଆ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ସେୟାର କରି କହିଛନ୍ତି ଯେ, ଭାରତରେ "ସମ୍ବିଧାନ ରକ୍ଷା ନେଇ ଲଢ଼ିବା" ପାଇଁ ରାହୁଲ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ।"
ରାଜପୁର ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, "ଏଥର, ସମ୍ବିଧାନ ରକ୍ଷା ପାଇଁ ଭେନେଜୁଏଲାର ବିରୋଧୀ ଦଳର ନେତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଭାରତର ବିରୋଧୀ ନେତା ରାହୁଲ ଗାନ୍ଧୀ ମଧ୍ୟ ଦେଶର ସମ୍ବିଧାନ ରକ୍ଷା ପାଇଁ ଲଢ଼େଇର ନେତୃତ୍ୱ ନେଉଛନ୍ତି।" ଏଭଳି ଲେଖି ସେ ରାହୁଲଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବା ଉଚିତ୍ ବୋଲି ଇଙ୍ଗିତ କରିଛନ୍ତି।
इस बार का नोबल शांति पुरस्कार वेनेजुएला की विपक्ष की नेता को मिला है संविधान की रक्षा करने के लिये।
— Surendra Rajput (@ssrajputINC) October 10, 2025
हिंदुस्तान 🇮🇳 के विपक्ष के नेता श्री राहुल गांधी देश के संविधान को बचाने की लड़ाई लड रहे है । pic.twitter.com/xcgfkJixlZ
କଂଗ୍ରେସର ଏଭଳି ପୋଷ୍ଟ ପରେ ଏବେ ବିଜେପି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛି। ବିଜେପିର ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, "ଅଜବ ! କଂଗ୍ରେସ ରାହୁଲ ବାବାଙ୍କ ପାଇଁ ନୋବେଲ ପୁରସ୍କାର ଦାବି କରୁଛି। ଯଦି ୧) କପଟ ୨) ମିଛ କହିବା ୩) ୯୯ ଥର ନିର୍ବାଚନ ହାରିବା ୪) ୧୯୭୫ ଏବଂ ୧୯୮୪ରେ ଗଣତନ୍ତ୍ର ଏବଂ ସମ୍ବିଧାନକୁ ହତ୍ୟା କରିବା ପାଇଁ ନୋବେଲ ପୁରସ୍କାର ଥାଆନ୍ତା ତେବେ ତାଙ୍କୁ ଏହି ପୁରସ୍କାର ମିଳିଥାନ୍ତା।
Bizarre
— Shehzad Jai Hind (Modi Ka Parivar) (@Shehzad_Ind) October 11, 2025
Congress is demanding Nobel Prize for Rahul Baba
He would get it if there one meant for
1) hypocrisy
2) lying
3) losing elections 99 times !
4) murdering democracy and constitution in 1975 and 1984 pic.twitter.com/21hFknEtcz
Rahul Gandhi | nobel-peace-prize