ଗତବର୍ଷ ଲୋକସଭା ଏବଂ ଚାରି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୧, ୨୦୦ କୋଟି ଟଙ୍କା ବ୍ୟୟ କରିଛି

ନୂଆଦିଲ୍ଲୀ: ଗତବର୍ଷ ଏପ୍ରିଲ୍‌ ଓ ମେ ମାସରେ ଲୋକସଭା ଏବଂ ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରଚାର ନିମନ୍ତେ ବିଜେପି ୧, ୨୬୪ କୋଟି ଟଙ୍କା ବ୍ୟୟ କରିଛି। ଏହି ଖର୍ଚ୍ଚ ୨୦୧୪ ସାଧାରଣ ନିର୍ବାଚନର ପ୍ରଚାର ବ୍ୟୟ ଠାରୁ ୭୭% ଅଧିକ।

ଇଲେକ୍‌ସନ୍‌ କମିସନ୍‌ଙ୍କ ଠାରେ ବିଜେପି ଦାଖଲ କରିଥିବା ଖର୍ଚ୍ଚ ବିବରଣୀ ଅନୁସାରେ, ବିଜେପି ସାଧାରଣ ଦଳୀୟ ପ୍ରଚାରରେ ୧, ୦୭୮ କୋଟି ଟଙ୍କା ଏବଂ ପ୍ରାର୍ଥୀମାନଙ୍କ ନିମନ୍ତେ ୧୮୬. ୫ କୋଟି ଟଙ୍କା ବ୍ୟୟ କରିଛି। ପ୍ରାର୍ଥୀଙ୍କ ପାଇଁ ହୋଇଥିବା ଖର୍ଚ୍ଚରେ ରହିଛି ଗଣମାଧ୍ୟମ ଦେୟ ବାବଦକୁ ୬, ୩୩ ଲକ୍ଷ ଟଙ୍କା, ପ୍ରଚାର ସାମଗ୍ରୀ କ୍ରୟ ବାବଦକୁ ୪୬ ଲକ୍ଷ ଟଙ୍କା, ସାଧାରଣ ସଭା ଏବଂ ପଟୁଆର ବାବଦକୁ ୯. ୯୧ କୋଟି ଟଙ୍କା, ପ୍ରାର୍ଥୀମାନଙ୍କର ଅପରାଧିକ ରେକର୍ଡ ପ୍ରକାଶ ବାବଦକୁ ୪୮. ୯୬ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୨. ୫୨ କୋଟି ଟଙ୍କା।

Image Source: The Economics Times

୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ୮୨୦ କୋଟି ଟଙ୍କା ବ୍ୟୟ କରିଛି। ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ବ୍ୟୟ ଥିଲା ୫୧୬ କୋଟି ଟଙ୍କା।

ସମ୍ବନ୍ଧିତ ଖବର