ଦୁର୍ଘଟଣାରେ ବିଜେପି ମୁଖପାତ୍ର ଓ ପତ୍ନୀଙ୍କ ମୃତ୍ୟୁ

କାନପୁର : ରବିବାର ସକାଳେ ଏକ କାର୍‌ ଦୁର୍ଘଟଣାରେ ବିଜେପିର ଦିଲ୍ଲୀ ୟୁନିଟ୍‌ ପ୍ରବକ୍ତା ସନ୍ଦୀପ ଶୁକ୍ଳା (୪୫) ଏବଂ ତାଙ୍କ ପତ୍ନୀ ଅନୀତା (୪୨) ଅନୀତାଙ୍କର ମୃତ୍ୟୁ ହୋଇଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଘଟିଥିବା ଏହି ଦୁର୍ଘଟଣାରେ ଶୁକ୍ଳାଙ୍କ ୩ ପୁଅଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ସନ୍ଦୀପଙ୍କ ୩ ପୁଅ ସିଦ୍ଧାର୍ଥ (୧୦), ଅଭିନବ(୬) ଏବଂ ଆରବ(୩), ସମ୍ପର୍କୀୟ ଅମିତ କୁମାର (୧୯) ଏବଂ ଆର୍ଯ୍ୟନ୍‌ ଶର୍ମା (୨୩)ଙ୍କୁ ତିର୍‌ୱା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର