ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ବିଜେପି ମୁଖପାତ୍ର ନୂପୁର ଶର୍ମା ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ, ରସୁଲ ମହମ୍ମଦଙ୍କ ସମ୍ପର୍କରେ ସେ ବିବାଦୀୟ ମନ୍ତବ୍ୟ ଦେବା ନେଇ ଏକ ମିଥ୍ୟା ଭିଡିଓ ଟ୍ବିଟ୍‌ କରାଯିବା ପରେ ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ମିଳୁଛି। ଶର୍ମା ଦାବି କରିଛନ୍ତି ଯେ ୱେବ୍‌ସାଇଟ୍ ଅଲ୍‌ଟ ନ୍ୟୁଜ୍‌ର ସହପ୍ରତିଷ୍ଠାତା ମହମ୍ମଦ ଜୁବୈର ଏକ ବିତର୍କରେ ତାଙ୍କ କଥାର ଭିଡିଓକୁ ବ୍ୟାପକ ଭାବେ ଏଡିଟ୍ କରି ଟ୍ବିଟରରେ ପୋଷ୍ଟ କରିଛନ୍ତି। ତେଣୁ ଏହାକୁ ନେଇ ଆସୁଥିବା ଧମକ ପରିପ୍ରେକ୍ଷୀରେ ତାଙ୍କର ବା ତାଙ୍କ ପରିବାରର ଯଦି କିଛି ହୁଏ ସେଥିପାଇଁ ଜୁବୈର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ।

ସୂଚନାଯୋଗ୍ୟ, ଜ୍ଞାନବାପୀ ମସଜିଦ ମାମଲା ଉପରେ ଶର୍ମା ଏକ ବିତର୍କରେ ଭାଗ ନେଇଥିଲେ। ଶୁକ୍ରବାର ଜୁବୈର ଏହାର ଏକ ୮୬ ସେକେଣ୍ଡର ଭିଡିଓ ଟ୍ବିଟ୍ କରିଛନ୍ତି, ଯେଉଁଥିରେ ରସୁଲ ମହମ୍ମଦଙ୍କ ବିବାହକୁ ନେଇ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଥିବା ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର