ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ:  ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି  । ଜାତୀୟ ଗଣମାଧ୍ୟମରୁ  ମିଳିଥିବା ସୂଚନା ଅନୁସାରେ, ସମ୍ବିତ ପାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଡାକ୍ତରଖାନାରେ ତାଙ୍କୁ  ଭର୍ତ୍ତି କରାଯାଇଥିବା ଜଣାପଡିଛି | ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି | ଗୁରୁବାର ହଠାତ କରୋନା ଲକ୍ଷଣ ଦେଖା ଯିବା ପରେ ତାଙ୍କୁ ଗୁରୁଗାଓଁର ମେଦାନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି |

ସବୁବେଳେ ନିଜର ତୀକ୍ଷଣ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର | କିଛି ଦିନ ତଳେ ଜଣେ ଯୁବ କଂଗ୍ରେସ କର୍ମୀ ତାଙ୍କ ବିରୋଧରେ ଏତଲା ଦେଇଥିବାର ଖବର ସାମ୍ନାକୁ ଆସିଥିଲା | ଛତିଶଗଡର ରାୟପୁର କୋଟୱାଲି ପୋଲିସ ଷ୍ଟେସନରେ ଯୁବ କଂଗ୍ରେସ ପକ୍ଷରୁ ସମ୍ବିତ ପାତ୍ରଙ୍କ ନାମରେ ଏତଲା ଦିଆଯାଇଥିଲା | ପାତ୍ରଙ୍କ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ଜବାହାରଲାଲ ନେହେରୁଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା | ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ଜବାହାରଲାଲ ନେହେରୁଙ୍କ ସହ କଂଗ୍ରେସ ଦଳ ବିରୋଧରେ ନିଜ ଟ୍ୱିଟରରେ ବିବାଦୀୟ ଟିପ୍ପଣୀ ଦେଇଥିବାର କଂଗ୍ରେସ କର୍ମୀ ଅଭିଯୋଗ କରିଥିଲେ |

ସମ୍ବନ୍ଧିତ ଖବର