ମମତା ବାନାର୍ଜୀ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ନିର୍ବାଚନ ଆୟୋଗରେ ଅଭିଯୋଗ କଲା ବିଜେପି

କୋଲକାତା: ଗତ ବୁଧବାର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ଏହା ପରେ ପରେ ସେ ପ୍ରଚାର ଲାଗି ନନ୍ଦୀଗ୍ରାମ ଯାଇଥିବା ବେଳେ ଆହତ ହୋଇଥିଲେ। ବିଜେପି ଆକ୍ରମଣ କରାଇଥିବା ନେଇ ମମତା ବାନାର୍ଜୀ ଅଭିଯୋଗ କରିଥିବା ବେଳେ ଏବେ ମମତାଙ୍କ ଉପରେ ବଡ଼ ଆରୋପ ଲଗାଇଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ମମତା ବାନାର୍ଜୀ ନାମାଙ୍କନ ସମୟରେ ଦେଇଥିବା ସତ୍ୟପାଠରେ ତଥ୍ୟ ଲୁଚାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଶୁଭେନ୍ଦୁ ଅଧିକାରୀ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ୬ଟି ଅପରାଧିକ ମାମଲା ଥିବା ବେଳେ ମମତା ବାନାର୍ଜୀ ଏ ବିଷୟରେ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରି ନଥିବା କହିଛନ୍ତି ଶୁଭେନ୍ଦୁ ଅଧିକାରୀ। ଟିଏମସି ସୁପ୍ରିମୋଙ୍କ ଦ୍ବାରା ଦାଖଲ ହୋଇଥିବା ମିଥ୍ୟା ସତ୍ୟପାଠ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ ଦାଖଲ କରିଛି ବିଜେପି।

West Bengal Assembly Polls: Suvendu Adhikari Dares Mamata Banerjee To Contest From a Single Seat
Outlook India

ନିଜ ଅଭିଯୋଗରେ ବିଜେପି କହିଛି, ନନ୍ଦୀଗ୍ରାମରୁ ଲଙୁଥିବା ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ ତାଙ୍କ ସତ୍ୟପାଠରେ ସେ ୬ଟି ଅପରାଧିକ ମାମଲା ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି। ଏହି ୬ଟି ମାମଲାର ମଧ୍ୟରେ ୨୦୧୮ରେ ଆସାମରୁ ପାଞ୍ଚଟି ଏତଲା ଏବଂ ଗୋଟିଏ ସିବିଆଇ ଏତଲା ରହିଛି। ତେବେ ନିର୍ବାଚନ ଆୟୋଗରେ ଅଭିଯୋଗ କରିବା ପରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି , ଯାଞ୍ଚ ପାଇଁ ନିର୍ବାଚନ ଆୟୋଗକୁ ସମସ୍ତ ପ୍ରମାଣ ଦେଇଛି ଏବଂ ଆୟୋଗ ଏହାର ତଦନ୍ତ କରିବେ। ନିୟମ ସମସ୍ତଙ୍କ ପାଇଁ ସମାନ। ସେ ମୋଦୀଜୀ ହୁଅନ୍ତୁ ବା ମମତା କିମ୍ବା ମୁଁ। ମୁଁ ମୋର କର୍ତ୍ତବ୍ୟ କରିସାରିଛି ଏବଂ ସମସ୍ତ ପ୍ରମାଣ ପ୍ରଦାନ କରିଛି। ଆଶା କରୁଛି, ନିର୍ବାଚନ ଆୟୋଗ ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି‌ବେ।

ସମ୍ବନ୍ଧିତ ଖବର