ମୋଦୀଙ୍କ ବିପକ୍ଷରେ କହିବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସମର୍ଥକ, କାନ ଧରାଇ କରାଇଲେ ଉଠ ବସ୍‌

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରଣାସୀରେ ଗୁରୁବାର ରୋଡ୍‌ ସୋ’ କରିଥିଲେ ପ୍ରଧାମନମନ୍ତ୍ରୀ ମୋଦୀ । ବହୁଳ ସଂଖ୍ୟାରେ ଲୋକେ ଏହି ରୋଡ୍‌ ସୋ’ରେ ଯୋଗ ଦେଇଥିବା ବେଳେ ରୋଡ୍‌ ସୋ’ ଆରମ୍ଭ ହେବା ପୂର୍ବରୁ ଜଣେ ଯୁବକଙ୍କୁ ନେଇ ବିବାଦ ହୋଇଥିବା ଜଣା ପଡ଼ିଛି । ରୋଡ୍‌ ସୋ’ ପୂର୍ବରୁ ଜଣେ ଯୁବକ ମୋଦୀଙ୍କ ବିପକ୍ଷରେ କହିବା ପରେ ବିଜେପିର ସମର୍ଥକମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଜଣା ପଡ଼ିଛି । ଜୀବନ ବଞ୍ଚାଇବାକୁ ଯାଇ ଯୁବକଜଣଙ୍କ ପାଖରେ ଥିବା ଧର୍ମଶାଳାରେ ଲୁଚି ଯାଇଥିଲେ ।

କିନ୍ତୁ ସମର୍ଥକମାନେ ତାଙ୍କୁ ଧରିନେବା ସହ ଉଠ ବସ୍‌ କରାଇଥିଲେ । ଏହା ସହ ଜୋର ଜବରଦସ୍ତ ମୋଦୀଙ୍କ ସପକ୍ଷରେ କହିବା ପାଇଁ କହିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଧୀରେ ଧୀରେ ଭାଇରାଲ ହେବାରେ ଲାଗିଛି ।

India Today

ସୂଚନା ମୁତାବକ, ବାଣାସୀରେ ରୋଡ୍‌ ସୋ’ ଆରମ୍ଭ କରିବା ପୂର୍ବରୁ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତୀରେ ମାଲାର୍ପଣ କରିଥିଲେ ମୋଦୀ । ଏହା ପରେ ରୋଡ୍‌ ସୋ’ କରିଥିଲେ । ରୋଡ୍‌ ସୋ’ ପରେ ମୋଦୀଜୀ ଗଙ୍ଗା ଆରତୀ କରିଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର