କଂଗ୍ରେସ ଏବଂ ଆପ୍‌କୁ କଡ଼ା ଜବାବ ଦେଲା ବିଜେପି: ୨ ଦିନ ନୁହେଁ ୨ ମାସ ଧରି ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚାଲିଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ନେଇ ଭଭୟ କଂଗ୍ରେସ ଏବଂ ଆପ୍‌ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିବାବେଳେ ଆଜି ବିଜେପି ଏହାର କଡ଼ା ଜବାବ ଦେଇଛି। ବିଜେପି କହିଛି ହିଂସା କିଏ ଆରମ୍ଭ କରିଥିଲା ତାହାର ଜବାବ କଂଗ୍ରେସ ଏବଂ ଆପ୍‌କୁ ଦେବାକୁ ପଡ଼ିବ। ଯାହା ହୋଇଛି ତାହା ଦୁଇ ଦିନରେ ହୋଇନାହିଁ। ଏଥିପାଇଁ ଦୀର୍ଘ ୨ ମାସ ଧରି ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚାଲିଥିଲା। ସିଏଏ ଗୃହୀତ ହେବାପରେ କଂଗ୍ରେସ ରାମଲୀଳା ମଇଦାନ୍‌ରେ ଏକ ରୢାଲି କରି କହିଥିଲା, ଏବେ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିବ , ‘ଇସ୍‌ ପାର୍‌ ୟା ଉସ୍‌ ପାର’। ଏହା ଦ୍ବାରା କ’ଣ ହିଂସା ପାଇଁ ଉସୁକା ଯାଇନଥିଲା କି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆପ୍‌ ନେତା ତାହିର ହୁସେନ୍‌ଙ୍କ ଘର ଏକ ଦଙ୍ଗା କାରଖାନାରେ ପରିଣତ ହୋଇଛି। ଏଠାରେ ହିଂସା ପାଇଁ ବିଭିନ୍ନ ସାମଗ୍ରୀ ମହଜୁଦ ରହିଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି। କିନ୍ତୁ ଏହି ଦୁଇ ଦଳ ଏକ୍ଷେତ୍ରରେ ସମ୍ପୂର୍ଣ୍ଣ ନିରବ ଅଛନ୍ତି। ଆଇବି ଅଧିକାରୀ ଅଙ୍କିତ ଶର୍ମା ଏବଂ ପୁଲିସ କନେଷ୍ଟବଳ ରତନ ଲାଲ୍‌ଙ୍କ ହତ୍ୟା ପାଇଁ କିଏ ଦାୟୀ ସେ ସଂପର୍କରେ କଂଗ୍ରେସ-ଆପ୍‌ ଜବାବ ଦେବା ଆବଶ୍ୟକ ବୋଲି ଜାଭଡ଼େକର କହିଛନ୍ତି।

ସମ୍ବନ୍ଧିତ ଖବର