୪୧ ହଜାର ଟଙ୍କିଆ ସାର୍ଟ ପିନ୍ଧି ଭାରତ ଯୋଡ଼ ଯାତ୍ରା କରୁଛନ୍ତି ରାହୁଲ: ବିଜେପି

ନୂଆଦିଲ୍ଲୀ: ଭାରତ ଯୋଡ ଯାତ୍ରାରେ ବାହାରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପିନ୍ଧିଥିବା ତାଙ୍କ ପୋଷାକକୁ ନେଇ ବିଜେପି ଟାର୍ଗେଟ କରିଛି | ଯାତ୍ରା ସମୟର ରାହୁଲ ଗାନ୍ଧୀଙ୍କ ଟି-ସାର୍ଟର ଫଟୋ ଟ୍ୱିଟ୍ କରି ବିଜେପି କଟାକ୍ଷ କରିଛି | ବାସ୍ତବରେ ବିଜେପି ପକ୍ଷରୁ କରାଯାଇଥିବା ଟ୍ୱିଟରେ ରାହୁଲଙ୍କ ଏହି ଟି-ସାର୍ଟର ମୂଲ୍ୟ ୪୧ ହଜାର ୨୫୭ ଟଙ୍କା ଦର୍ଶାଯାଇଛି | ସୂଚନା ଥାଉ କି ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ଟାର୍ଗେଟ କରି ବିଜେପି ରାହୁଲ ଗାନ୍ଧୀଙ୍କ ଫଟୋ ସହିତ ସେ ପିନ୍ଧିଥିବା ଟି-ସାର୍ଟର ଫଟୋ ମଧ୍ୟ ଟ୍ୱିଟ କରାଯାଇଛି। ଏହି ଟୁଇଟ୍ ଅନୁଯାୟୀ ଏହି ଧଳା ପୋଲୋ ଟି-ସାର୍ଟ ବରବେରି କମ୍ପାନୀର ହୋଇଥିବାବେଳେ ଏହାର ମୂଲ୍ୟ ୪୧ ହଜାର ୨୫୭ ଟଙ୍କା ବୋଲି କୁହାଯାଉଛି। ଟ୍ୱିଟ୍ ସହିତ ବିଜେପି ଲେଖିଛି ଯେ ‘ଭାରତ ଦେଖୋ’ |


ଅର୍ଥାତ ବିଜେପି କ୍ୟାପସନ୍ ମାଧ୍ୟମରେ ଲୋକଙ୍କୁ କହିବାକୁ ଚାହିଁଛି ଯେ ଭାରତ ଯୋଡ଼ ଯାତ୍ରା ନାମରେ ରାହୁଲ ଯେଉଁ ଦାମୀ ସାର୍ଟ ପିନ୍ଧୁଛନ୍ତି ତାହାକୁ ସମସ୍ତେ ଦେଖନ୍ତୁ | ଉଲ୍ଲେଖନୀୟ କଥା ହେଉଛି, ତାମିଲନାଡୁର କନ୍ୟାକୁମାରୀରୁ କଂଗ୍ରେସର ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ୧୨ଟି ରାଜ୍ୟ ଦେଇ ଯିବାକୁ ଥିବାବେଳେ ଜମ୍ମୁକଶ୍ମୀରରେ ଶେଷ ହେବ। କଂଗ୍ରେସ ଅନୁଯାୟୀ ଏହି ଯାତ୍ରା ପ୍ରାୟ ୧୫୦ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ସମୁଦାୟ ୩୫୦୦ କିଲୋମିଟର ଦୂରତା ଅତିକ୍ରମ କରାଯିବ | ବରବେରି ବ୍ରିଟେନର ଏକ ପୋଷାକ କମ୍ପାନୀ ହୋଇଥିବାବେଳେ ଏହାର ୱେବସାଇଟ୍ ମାଧ୍ୟମରେ ସିଧାସଳଖ ଭାରତରେ ପୋଷାକ କିଣିବାର ସୁବିଧା ଉପଲବ୍ଧ ନାହିଁ।

ସମ୍ବନ୍ଧିତ ଖବର