ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ କେବଳ ଗୋଟିଏ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଏବେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି | ଆଜି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ସମାଜବାଦୀ ପାର୍ଟିକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଅହମ୍ମଦାବାଦରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ କୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ | କୋର୍ଟ ରାୟରେ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଯେଉଁଥିରୁ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।
ଏଥିସହ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅନୁରାଗ ଠାକୁର କହିଛନ୍ତି ଯେ, 'ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪୯ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏସପି ନେତା ଶାଦବ ଅହମ୍ମଦଙ୍କ ପୁଅ ମହମ୍ମଦ ସୈଫ | କିନ୍ତୁ ଅଖିଳେଶ ଏହା ଉପରେ ନୀରବ ରହିଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଶାଦବ ଅହମ୍ମଦ ଏବଂ ଅଖିଳେଶ ଯାଦବଙ୍କ ଫଟୋ ମଧ୍ୟ ଦେଖାଇଥିଲେ। ଚିତ୍ରରେ ଉଭୟ ଏକାଠି ନଜର ଆସିଛନ୍ତି |
आज़मगढ़ को आतंकियों का गढ़ बनाने का काम जिन लोगों ने किया है क्या समाजवादी पार्टी उस पर चुप्पी तोड़ेगी?
क्या अहमदाबाद आतंकी हमले के मास्टरमाइंड के पिता मिस्टर समाजवादी पार्टी नेता को अखिलेश यादव ने बिरयानी खिलाने के लिए बुलाया था? pic.twitter.com/5z3EGtLkRL
— Anurag Thakur (@ianuragthakur) February 19, 2022
ସେ କହିଛନ୍ତି ଯେ ଅଖିଳେଶ ତାଙ୍କୁ ବିରିୟାନି ପାଇଁ ଡାକିଥିଲେ କି? ଏଥି ସହ ସେ କହିଛନ୍ତି, 'ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣରେ ଉତ୍ତରପ୍ରଦେଶର ସମାଜବାଦୀ ଦଳର ନେତାଙ୍କ ସିଧାସଳଖ ସମ୍ପୃକ୍ତି ଥିଲା। କୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ସମାଜବାଦୀ ଦଳର ନେତାମାନେ ଚୁପ୍ ରହିଛନ୍ତି। ଏହି ନୀରବତା ପୁଣି ଥରେ ଆତଙ୍କବାଦୀଙ୍କ ସୁରକ୍ଷା ଆଡକୁ ଅଙ୍ଗୁଳି ଉଠାଉଛି |