ବିବାଦ: ଦେଶ ବିଭାଜନ ଭିଡିଓରେ ନେହେରୁଙ୍କୁ ବିଜେପିର ଟାର୍ଗେଟ

ନୂଆଦିଲ୍ଲୀ: ୧୯୪୭ରେ ଭାରତ ବିଭାଜନ କାହିଁକି ହେଲା? ଆଜି ଭାରତ ବିଭାଜନ ବିଭୀଷିକା ଦିବସରେ ବିଜେପି ତା’ ଉପରେ ଏକ ଭିଡିଓ ପ୍ରସ୍ତୁତ କରି ସେୟାର କରିଛି। ୭ ମିନିଟ୍‌ର ଏହି ଭିଡିଓରେ ପାକିସ୍ତାନ ସୃଷ୍ଟି ପାଇଁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନେତୃତ୍ବାଧୀନ ମୁସଲିମ୍ ଲିଗ୍‌ର ଦାବି ଆଗରେ ନେହରୁ ମୁଣ୍ଡ ନୁଆଁଇ ଦେଇଥିଲେ ବୋଲି ଅଭିଯୋଗ କରାଯାଇଛି।

କଂଗ୍ରେସ ଏହା ଉପରେ ଆପତ୍ତି ଉଠାଇଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି- ଏହି ଦିବସ ପାଳନ ମୂଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସ୍ତବ ଉଦ୍ଦେଶ୍ୟ ବୁଝାପଡ଼ି ଯାଉଛି। କଂଗ୍ରେସକୁ ଟାର୍ଗେଟ କରିବା ପାଇଁ ଇତିହାସର ଦୁଃଖଦ ଘଟଣାଗୁଡ଼ିକୁ ସେ ରାଜନୈତିକ ଖୋରାକ ଭାବେ ଗ୍ରହଣ କରିବାକୁ ଚାହାନ୍ତି। ଆଧୁନିକ ଯୁଗର ସାବରକର ଓ ଜିନ୍ନାମାନେ ଦେଶକୁ ପୁନଃ ବିଭାଜନ କରିବା ପାଇଁ ସେମାନଙ୍କ ଚେଷ୍ଟା ଅବ୍ୟାହତ ରଖିଛନ୍ତି ବୋଲି ରମେଶ କହିଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ ୧୪ରେ ଏହି ଦିବସକୁ ବିଭାଜନ ବିଭୀଷିକା ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର