ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନରେ ମହିଳାଙ୍କ ଭୋଟ ହାତେଇବା ପାଇଁ ବିଜେପି ଏକ ନୂଆ ଯୋଜନା କରିଛି। ବିଜେପି ଶାଢି ଦ୍ଵାରା ମହିଳାଙ୍କ ହୃଦୟ ଜିତିବାକୁ ଚାହୁଁଛି। ଶାଢିଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ପ୍ରିଣ୍ଟ କରାଯାଉଛି । ଏପରି ପ୍ରଥମ ଥର ଦେଖାଯାଇଛି ଯେଉଁଥିରେ ଶାଢିରେ ନରେନ୍ଦ୍ର ମୋଦୀ ଓ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଅଛି । ଶାଢିରେ ବିଜେପିର ସ୍ଲୋଗାନ ମଧ୍ୟ ଛପା ହୋଇଛି। ପୂର୍ବ ନିର୍ବାଚନରେ ଏପରି ଅନନ୍ୟ ଶାଢି ଦେଖିବାକୁ ମିଳି ନଥିଲା।
ସୂଚନା ଅନୁସାରେ ପାଖାପାଖି ୫୦ ହଜାର ଶାଢି ପାଇଁ ଲକ୍ଷ୍ନୌ, କାନପୁର, ଗୋରଖପୁର ଓ ବାରଣାସୀରେ ଅର୍ଡର କରାଯାଉଛି। ସୁରତରେ ବ୍ୟବସାୟ କରୁଥିବା ଗୋରଖପୁର ଓ କାନପୁରର ୨ ବ୍ୟବସାୟୀ ଉତ୍ତର ପ୍ରଦେଶର ୪୦ଟି ଜିଲ୍ଲାରେ ଶାଢି ବ୍ୟବସାୟ କରୁଥିବା ନିଜ ବେପାରୀଙ୍କ ନିକଟକୁ ୧ ଲକ୍ଷ ଶାଢି ବିନା କୌଣସି ଅର୍ଡରରେ ପଠାଉଛନ୍ତି।
ଶାଢି ଗୁଡିକରେ ଅଯୋଧ୍ୟାର ରାମ ମନ୍ଦିର, ନରେନ୍ଦ୍ର ମୋଦୀ ଓ ଯୋଗୀ ଆଦିତ୍ୟନାଥଙ୍କ ଫଟୋ, ପଦ୍ମ ଫୁଲର ଫଟୋ ଅଛି । ଏହା ସହିତ ହିନ୍ଦୁତ୍ଵର ସ୍ଲୋଗାନ ମଧ୍ୟ ଲେଖା ହୋଇଛି। ଅଧିକାଂଶ ଶାଢିରେ ୩ଡି ପ୍ରିଣ୍ଟ୍ ରହିଛି। ଯିଏ ରାମଙ୍କୁ ଆଣିଛି...ତାଙ୍କୁ ଆମେ ନେଇକି ଆସିବୁ ଭଳି ସ୍ଲୋଗାନ୍ ମଧ୍ୟ ଲେଖା ହୋଇଛି । ମିରଟର ଶାଢି ସୋରୁମରେ ମଧ୍ୟ ଏପରି ଶାଢି ବି ମିଳୁଛି। ମିରଟର ଜଣେ ଦୋକାନୀ କହିଛନ୍ତି, ଆମେ ଲୋକମାନଙ୍କୁ ଶାଢିର ନମୁନା ଦେଖାଇଛୁ। ଅର୍ଡର ମିଳିବା ପରେ ଆମେ ଶାଢି ମଗାଇବା ଆରମ୍ଭ କରିଦେବୁ। ମିଡିଆ ରିପୋର୍ଟ ଅନୁସାରେ କାନପୁରର ଶାଢି ବ୍ୟବସାୟୀ ରାଜୀବ କୁମାର ସୁରତରେ ଶାଢି ତିଆରି ମଧ୍ୟ କରୁଛନ୍ତି। ରାଜୀବ କହିଛନ୍ତି ସବୁ ଶାଢି ବ୍ୟବସାୟୀ ଓ ଚିହ୍ନାଲୋକଙ୍କୁ ମୁଁ ଏହି ଶାଢି ଉପହାର ଭାବରେ ଦେଉଛି ।
/sambad/media/post_attachments/wp-content/uploads/2022/01/WhatsApp-Image-2022-01-25-at-16.49.43.jpeg)
ସୁରତରେ ବର୍ତ୍ତମାନ ୨୦ରୁ ୨୪ ନିର୍ମାତା ଏହି ଅର୍ଡର ପୁରା କରିବାରେ ଲାଗିପଡିଛନ୍ତି। ଏହି ନିର୍ବାଚନୀ ଶାଢିଗୁଡିକୁ ବନାଇବା ପାଇଁ ୨୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ବଜାରେ ବିକ୍ରି ଅନୁସାରେ ତୁଳନା କଲେ ଏହି ଶାଢୀଗୁଡିକର ଦାମ ହଜାରେରୁ ଅଢେଇ ହଜାର ଟଙ୍କା।
ପ୍ରଥମେ ନିଜର କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ଏହି ଶାଢି ବାଣ୍ଟିବାର ଯୋଜନା କରୁଛି। କରୋନା ସମୟରେ ସୁରତର କପଡା କାରଖାନା ଗୁଡିକ ମାନ୍ଦା ଚାଲିଛି। କିନ୍ତୁ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ଠାରୁ ମିଳୁଥିବା ଅର୍ଡର ପାଇ ବ୍ୟବସାୟୀମାନେ ଖୁସି ହୋଇଯାଇଛନ୍ତି।
ସୁରତର କପଡା ବ୍ୟବସାୟୀଙ୍କୁ ୟୁପିର ବିଜେପି ଓ ତାଙ୍କର ସମର୍ଥକମାନେ ଅର୍ଡର ଦେଉଛନ୍ତି। କପଡା ବ୍ୟବସାୟୀ ଲଳିତ ଶର୍ମା କହିଛନ୍ତି,ଗୋରଖପୁର,ଜୌନପୁର ଓ କାନପୁରରୁ ସବୁଠାରୁ ଅଧିକ ଅର୍ଡର ମିଳୁଛି। ଏହା ନିଶ୍ଚିତ ଯେ ଆଗାମୀ ସମୟରେ ଶାଢିର ଚାହିଦା ବଢିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/WhatsApp-Image-2022-01-25-at-16.49.42.jpeg)