ଦକ୍ଷିଣରେ ମୋଦୀ ମ୍ୟାଜିକ୍, ଦକ୍ଷିଣ ଭାରତରେ ବିଜେପିକୁ ମିଳିପାରେ ଅତିରିକ୍ତ ୮ଟି ଆସନ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ବିଜେପିର ପ୍ରଦର୍ଶନ ସବୁବେଳେ ଦୁର୍ବଳ ରହିଆସିଛି । କିନ୍ତୁ ଏଥର  ଦକ୍ଷିଣଭାରତରେ ବିଜେପିର ପ୍ରଦର୍ଶନରେ ଢେର ଉନ୍ନତି ଆସିବାର ସମ୍ଭାବନା ରହିଛି । ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ସର୍ଭେରୁ ଏହା ଜଣାପଡ଼ିଛି ।

ନ୍ୟୁଜ୧୮ର ସର୍ଭେ ଅନୁସାରେ ଦକ୍ଷିଣ ଭାରତରେ ବିଜେପି ନେତୃତ୍ୱାଧୀନ ଏନଡିଏ ଲାଭବାନ ହେଉଥିବା ଜଣାପଡିଛି। ଏନଡିଏ କୁ ୫୧ରୁ ୫୪ ଟି ଆସନ ମିଳିପାରେ । ବିଜେପି ଏକାକୀ ୩୪ରୁ ୩୬ଟି ଆସନ ରେ ବିଜୟୀ ହୋଇପାରେ। ଗତଥର ଦକ୍ଷିଣ ଭାରତର ୫ଟି ରାଜ୍ୟରେ ବିଜେପିକୁ ମାତ୍ର ୨୯ଟି ଆସନ ମିଳିଥିଲା। ଏଥର ୫ରୁ ୭ଟି ଆସ ରେ ଫାଇଦା ହେଉଥିବା ଜଣାପଡିଛି । ସବୁଠାରୁ ବଡ କଥା ହେଉଛି ବିଜେପି ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କେରଳରେ ଖାତା ଖୋଲିପାରେ । ଗତ ନିର୍ବାଚନରେ ଏହି ତିନି ରାଜ୍ୟରେ ବିଜେପିକୁ ଗୋଟିଏ ବି ଆସନ ମିଳିନଥିଲା। କେରଳରେ ବିଜେପି କେବେ ବି ଖାତା ଖୋଲିପାରିନାହିଁ । କିନ୍ତୁ ଏଥର କେରଳରେ ଦଳ ଖାତା ଖୋଲିବାର ସମ୍ଭାବନା ରହିଛି ।

ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସର ରିପୋର୍ଟ ଅନୁସାରେ ତାମିଲନାଡୁରେ ବିଜେପି ଏଥର ୫ରୁ ୭ ଆସନ ଜିତିପାରେ । ସେହିପରି କର୍ଣ୍ଣାଟକରେ ମୋଟ ୨୮ ଆସନରୁ ବିଜେପିକୁ ୧୮ରୁ ୨୨ଟି ଆସନ ମିଳିପାରେ । ସେହିପରି ଏହି ରିପୋର୍ଟ ଅନୁସାରେ କେରଳରେ ଏଥର ବିଜେପି ଖାତା ଖୋଲିପାରେ ।

ସମ୍ବନ୍ଧିତ ଖବର