ନୂଆଦିଲ୍ଲୀ: ବିମୁଦ୍ରାୟନର ପ୍ରଥମ ବାର୍ଷିକୀ ନଭେମ୍ବର ୮ ତାରିଖକୁ ବିଜେପି ‘କଳାଟଙ୍କା ବିରୋଧୀ ଦିବସ’ ରୂପେ ପାଳନ କରିବ ବୋଲି ବୁଧବାର ଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି। ଗତବର୍ଷ ବଡ଼ ନୋଟ୍ଗୁଡ଼ିକୁ ଅଚଳ ଘୋଷଣା କରିବାର ପଦକ୍ଷେପ ନେଇ ସରକାର ବିରୋଧୀ ଦଳର ସମାଲୋଚନାର ସରବ୍ୟ ହୋଇଥିଲେ। ବିରୋଧୀମାନଙ୍କୁ ମୁକାବିଲା କରିବାକୁ ବିଜେପି ‘କଳାଟଙ୍କା ବିରୋଧୀ ଦିବସ’ ପାଳନ କରୁଛି ବୋଲି ଜଣାପଡ଼ିଛି।
ନଭେମ୍ବର ୮ ତାରିଖକୁ ‘କଳାଟଙ୍କା ବିରୋଧୀ ଦିବସ’ ଭାବେ ପାଳିବାର ଯୋଜନା କରି ଦଳର ବରିଷ୍ଠ ନେତାମାନେ ଦେଶବ୍ୟାପୀ ଜନସାଧାରଣଙ୍କୁ ବିମୁଦ୍ରାୟନର ଉପକାର ସଂକ୍ରାନ୍ତରେ ସୂଚନା ଦେବେ।
ବିମୁଦ୍ରାୟନକୁ ବିରୋଧ କରିଥିବାରୁ କଂଗ୍ରେସକୁ କଟୁ ସମାଲୋଚନା କରି ଜେଟ୍ଲୀ କହିଛନ୍ତି ଯେ କ୍ଷମତାରେ ଥିବାବେଳେ କଳାଟଙ୍କାର ବିପତ୍ତିକୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା। କ୍ଷମତାରେ ରହିବାକୁ କଂଗ୍ରେସର ଯଥେଷ୍ଟ ସୁଯୋଗ ଥିଲା। କଳାଟଙ୍କା ବିରୋଧରେ ଗୋଟିଏ ହେଲେ ପଦକ୍ଷେପ ସେମାନେ ଗ୍ରହଣ କରିଥିବା କଥା କାହିଁ ମୋର ମନେ ପଡୁନାହିଁ। ସେମାନେ ଭାରତକୁ ଛାୟା ଅର୍ଥନୀତିରେ ରହିଥିଲେ। ଯେଉଁମାନେ ଦେଶକୁ ଧ୍ୱଂସ କରିଛନ୍ତି ସେମାନେ ଏବେ ନୈତିକତା ପୂର୍ଣ୍ଣ ଭାଷଣ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/61232515.jpg)