ଅଙ୍ଗନବାଡ଼ିରେ ଅଣ୍ଡାକୁ ନା, ବିଜେପି ଉଠାଇଲା ପ୍ରଶ୍ନ ଏବେ ଖାଇବେ ଅଣ୍ଡା, ବଡ ହେଲେ କଣ ଖାଇବେ ମଣିଷ ମାଂସ ?

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡାକୁ ନେଇ ଦେଖାଦେଇଛି ବିବାଦ । ପିଲାଙ୍କ ଖାଦ୍ୟରେ ଅଣ୍ଡା ଦେବାନେଇ ମଧ୍ୟପ୍ରଦେଶ ସରକାର ଚିନ୍ତା କରୁଥିବା ବେଳେ ଏହାକୁ ବିରୋଧ କରିଛି ବିଜେପି । ଧାର୍ମିକ ବିଶ୍ୱାସର ଦ୍ୱାହି ଦେଇ ସ୍କୁଲ ପିଲାଙ୍କୁ ଅଣ୍ଡା ଦେବା ପ୍ରସ୍ତାବକୁ ବିରୋଧ କରିଛି ବିଜେପି ।

ମଧ୍ୟପ୍ରଦେଶ ବିରୋଧୀ ଦଳ ନେତା କହୁଛନ୍ତି ଯଦି ସ୍କୁଲ ପିଲାଙ୍କୁ ବର୍ତମାନ ଅଣ୍ଡା ଖାଇବାକୁ ଦିଆଯାଏ,ତେବେ ବଡ ହେଲେ ସେମାନେ କଣ ମଣିଷ ମାଂସ ଖାଇବେ? ମଧ୍ୟପ୍ରଦେଶ ସରକାର ସ୍କୁଲ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେବା ପାଇଁ ଚିନ୍ତା କରୁଥିବା ବେଳେ ଏହାକୁ ନେଇ ଚିହିଁକି ଉଠିଛି ବିଜେପି । ଧାର୍ମିକ ବିଶ୍ୱାସର ଦ୍ୱାହି ଦେଇ ଏହାକୁ ବିରୋଧ କରିଛନ୍ତି ବିଜେପି ନେତା ।

ରକ୍ଷଣଶୀଳ ହିନ୍ଦୁତ୍ୱ ଚିନ୍ତାଧାରାରେ ବିଶ୍ୱାସ କରୁଥିବା କିଛି ବ୍ୟକ୍ତି ବି ବିଜେପିର ଆଭିମୁଖ୍ୟ ସହ ଏକମତ ହୋଇଛନ୍ତି । ସେପଟେ ବିଶେଷଜ୍ଞଙ୍କ ମତ କିନ୍ତୁ ଭିନ୍ନ । ସ୍କୁଲ ପିଲା ଅଣ୍ଡା ଖାଇଲେ ପୁଷ୍ଟିହୀନତା ଦୂର ହେବା ସହ ମାନସିକ ଓ ଶାରୀରିକ ବିକାଶ ସମ୍ଭବ ହେବ ବୋଲି କହିଛନ୍ତି ଡାକ୍ତର । ଆଉ ଏସବୁ ଭିତରେ ମଧ୍ୟପ୍ରଦେଶରେ ଅଣ୍ଡା ରାଜନୀତି ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର