ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଏକ୍ଜିଟ୍ ପୋଲ୍ ଟ୍ରେଣ୍ଡ ଆସିବା ଆରମ୍ଭ ହୋଇଛି। ଟ୍ରେଣ୍ଡରୁ ପୁଣି ଥରେ ମୋଦୀ ସରକାର ଶାସନ କ୍ଷମତାକୁ ଫେରୁଥିବା ସ୍ପଷ୍ଟ ହୋଇଛି। ବିଜେପି ଏଥର ୪୦୦ରୁ ଅଧିକ ଆସନ ପାଇବ ବୋଲି ଦାବି କରୁଛି। ସେପଟେ କଂଗ୍ରେସ ମଧ୍ୟ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଚେଷ୍ଟା କରୁଛି। ଦିଲ୍ଲୀରେ ଏଥର କିଏ ଜିତିବ, ତାହା ଜୁନ୍ ୪ ତାରିଖରେ ସ୍ପଷ୍ଟ ହେବ। କିନ୍ତୁ ଏକ୍ଜିଟ୍ ପୋଲ୍ ସୂଚାଇ ଦେଇଛି ଯେ କେଉଁ ଦଳ କେତେ ଆସନ ପାଉଛି। ଏନଡିଟିଭିର ସର୍ଭେ ଅନୁଯାୟୀ ଏଥର ଦେଶର ରାଜଧାନୀରେ ପୁଣି ପଦ୍ମ ଫୁଟିବାକୁ ଯାଉଛି। ଦିଲ୍ଲୀରେ ୭ରୁ ୭ ଲୋକସଭା ଆସନ ବିଜେପି ଖାତାକୁ ଯାଉଛି। ଦିଲ୍ଲୀ ଲୋକସଭା ନିର୍ବାଚନରେ କେବଳ ଗୋଟିଏ ଦଳ ୭ଟି ଆସନ ପାଇଆସୁଛି। ଏଥର ମଧ୍ୟ ଦିଲ୍ଲୀରେ ଏହି ‘ରାଜନୈତିକ ପରମ୍ପରା’ ଭାଙ୍ଗିବାର ନାଁ ନେଇନାହିଁ।
ଦିଲ୍ଲୀରେ ଫେଲ୍ ମାରିବ କଂଗ୍ରେସ-ଆପ୍ ମେଣ୍ଟ, ସମସ୍ତ ୭ଟି ଆସନ ଯିବ ବିଜେପି ଖାତାକୁ: ଏକଜିଟ୍ ପୋଲ
/sambad/media/post_attachments/wp-content/uploads/2024/06/WhatsApp-Image-2024-06-01-at-20.54.47.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)