ଉତ୍ତରପ୍ରଦେଶରେ ପୁଣି ଯୋଗୀ ସରକାର ସମ୍ଭାବନା : ଏବିପି-ସିଭୋଟର ଜନମତ ସର୍ଭେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣି ବିଜେପି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗୀ ଆଦିତ୍ୟନାଥ ଲୋକଙ୍କ ପ୍ରଥମ ପସନ୍ଦ ଅଛନ୍ତି ବୋଲି ଏବିପି-ସି ଭୋଟର-ଆଇଏଏନଏସ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରୁ ଜଣାପଡ଼ିଛି ।

ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଆଗାମୀ ନିର୍ବାଚନରେ ବିଜେପି ମେଣ୍ଟ ୨୬୩ଟି ଆସନ ଜିତିବାର ସମ୍ଭାବନା ରହିଛି । ୨୦୧୭ରେ ବିଜେପି ମେଣ୍ଟ ୩୨୫ଟି ଆସନ ଜିତିଥିଲା । ବିଜେପି ୨୦୧୭ ତୁଳନାରେ ୬୨ଟି  କମ ଆସନ ଜିତିବାର ସମ୍ଭାବନା ଥିଲେ ବି ଏହା ସରକାର ଗଢିବାକୁ ସକ୍ଷମ ହେବ । ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି (ସପା) ୧୦୯ରୁ ୧୧୭ଟି ଆସନ ଜିତିବାର ସମ୍ଭାବନା ରହିଛି । ମାୟାବତୀଙ୍କ ବହୁଜନସମାଜ ପାର୍ଟି (ବସପା) ୧୨ରୁ ୧୬ ଓ କଂଗ୍ରେସ ମାତ୍ର ୩ରୁ ୭ଟି ଆସନ ଜିତିବାର ସମ୍ଭାବନା ରହିଛି । ବିଜେପି ୪୧.୮ ପ୍ରତିଶତ ଭୋଟ ଜିତିବାର ସମ୍ଭାବନା ରହିଥିବାବେଳେ ସପା ୩୦.୨ ପ୍ରତିଶତ ଭୋଟ ଜିତିବାର ସମ୍ଭାବନା ରହିଛି । କିନ୍ତୁ ଆସନ୍ତା ନିର୍ବାଚନରେ ସବୁଠାରୁ ଅଧିକ କ୍ଷତି ସହିବ ବସପା । ଦଳ ୨୦୧୭ରେ ୨୨.୨ ପ୍ରତିଶତ ଭୋଟ ପାଇଥିବାବେଳେ ୨୦୨୨ରେ ତାହା ୧୫.୭ ପ୍ରତିଶତକୁ ଖସିଆସିବ ।

ରାଜ୍ୟର ୪୦.୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀଭାବେ ଯୋଗୀଙ୍କୁ ପସନ୍ଦ କରୁଥିବାବେଳେ ୨୭.୫ ପ୍ରତିଶତ ଅଖିଳେଶ ଯାଦବଙ୍କୁ ପସନ୍ଦ କରୁଛନ୍ତି ।

 

ସମ୍ବନ୍ଧିତ ଖବର