ଏହି କାରଣରୁ ୪୦ଜଣ ସଦସ୍ୟଙ୍କୁ ଦଳରୁ ବାହାର କଲା ବିଜେପି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ୟୁନିଟ୍‌ରୁ ବିଜେପି ନିଜର ୪୦ଜଣ ସଦସ୍ୟଙ୍କୁ ବାହାର କରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଦଳରୁ ବହିଷ୍କାର ହୋଇଥିବା ସଦସ୍ୟଙ୍କ ଦଳ ବିରୋଧି ଗତିବିଧିକୁ ଦେଖି ବିଜେପି ଏଭଳି କରିଥିବା ଜଣା ପଡ଼ିଛି । ସଦସ୍ୟ ବାହାରେ ଦଳ ବିରୋଧରେ ଯାଇ କାମ କରୁଥିବାର ସୂଚନା ପାଇବା ପରେ ବିଜେପି ଏକା ସାଙ୍ଗରେ ୪୦ଜଣଙ୍କୁ ବାହାର କରିବାର ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରକୁ ପ୍ରକାଶ କରାଯାଇଛି ।

ସୂଚନା ମୁତାବକ, ଉତ୍ତରାଖଣ୍ଡରେ ୧୨ଟି ଜିଲ୍ଲାରେ ୩ପର୍ଯ୍ୟାୟରେ ନିର୍ବାଚନ ହେବ । ଅକ୍ଟୋବର ୬ରୁ ଅକ୍ଟେବର ୧୬ପର୍ଯ୍ୟନ୍ତ ମତଦାନ କରାଯିବ । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ମତଦାନ ସରିବା ପରେ ଅକ୍ଟୋବର ୨୧ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ତେବେ ଲୋକସଭା ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ବିଜୟ ହାସଲ କରିବାର ଲକ୍ଷ ରଖିଛି ।

ସମ୍ବନ୍ଧିତ ଖବର