କୋଲକାତାରେ ବ୍ରିଟାନିଆ କାରଖାନା ବନ୍ଦକୁ ଟିଏମ୍‌ସିକୁ ସମାଲୋଚନା କଲା ବିଜେପି

ନୂଆଦିଲ୍ଲୀ: ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କୋଲକାତାର ତାରାତାଲାରେ ଥିବା ଐତିହାସିକ କାରଖାନା ବନ୍ଦ କରିବାକୁ ଘୋଷଣା କରିଛି। ଏହାକୁ ନେଇ ଏବେ ବିଜେପି ଓ ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ମଧ୍ୟରେ ରାଜନୈତିକ ବିବାଦ ଜୋର୍‌ ଧରିଛି। କାରଖାନା ବନ୍ଦ ପାଇଁ ବିଜେପି ଏବେ ଶାସକ ଦଳ ଟିଏମ୍‌ସିକୁ ଦାୟୀ କରୁଛି।

କାରଖାନା ବନ୍ଦ କରିବାକୁ ଘୋଷଣା ହୋଇଥିବା ବେଳେ ୟୁନିଟ୍ ବନ୍ଦକୁ ନେଇ ବିଜେପି ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧରେ ଅଭିଯୋଗ ଆଣିଛି। ତେବେ ଏହାକୁ ନେଇ ପଶ୍ଚିମବଙ୍ଗରେ ଶାସକ ଦଳ ଏହା କହିଛି ଯେ କମ୍ପାନିର ଆଭ୍ୟନ୍ତରୀଣ ପରିଚାଳନା ସମସ୍ୟା କାରଣରୁ ଏହା ବନ୍ଦ ହୋଇଛି। ଏଥିରେ ସରକାରଙ୍କର କୌଣସି ସଂପୃକ୍ତି ନାହିଁ।

ଉଲ୍ଲେଖଯୋଗ୍ୟ, ୧୯୪୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ବ୍ରିଟାନିଆ କାରଖାନା କେବଳ କମ୍ପାନିର ପୋର୍ଟଫୋଲିଓରେ ପୂରାତନ ନୁହେଁ ବରଂ ଭାରତରେ ଏହାର ଦ୍ୱିତୀୟ ଉତ୍ପାଦନ ୟୁନିଟ୍ ଭାବରେ ଐତିହାସିକ ମହତ୍ବ ବହନ କରିଥିଲା। ଏହି ନିଷ୍ପତ୍ତି କେବଳ ସହରର ଆର୍ଥିକ ଦୃଶ୍ୟକୁ ପ୍ରଭାବିତ କରି ନାହିଁ ବରଂ ଅନେକ ଶ୍ରମିକଙ୍କୁ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ କରିଛି। ସେଠାରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଏବେ ଏକ ବଡ଼ ସମସ୍ୟା ପାଲଟିଛି।

ପଶ୍ଚିମବଙ୍ଗର ବିଜେପି ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏକ ଦଳଙ୍କ ଉପସ୍ଥିତିରେ ଶିଳ୍ପ ଆସିବ ନାହିଁ ଯାହା ସର୍ବଦା ଚୋରାଚାଲାଣ କରେ ଏବଂ ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଶିଳ୍ପ ବିରୋଧୀ ଭାବମୂର୍ତ୍ତି ରହିଛି।

 

ସମ୍ବନ୍ଧିତ ଖବର