ଚଣ୍ଡିଗଡ଼: ଲୋକସଭା ନିର୍ବାଚନରେ ​​ପରାଜୟ ପରେ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ରେ କାରଣ ଖୋଜା ଜାରି ରହିଛି। ବହୁ ବରିଷ୍ଠ ନେତା ଏସ୍‌ଏଡି ସଭାପତି ସୁଖବୀର ସିଂ ବାଦଲଙ୍କ ଇସ୍ତଫା ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ରାଜନୀତି ଓ ଧର୍ମ ମଧ୍ୟରେ ସନ୍ତୁଳନ ବଜାୟ ରଖିଥିବା ବାଦଲଙ୍କୁ ଅନ୍ୟ କାହାକୁ ସଭାପତି ପଦ ପ୍ରଦାନ କରିବା ଉଚିତ୍। ତେବେ ବାଦଲଙ୍କ ସମର୍ଥକମାନେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଏସ୍‌ଏଡିରେ ହୋଇଥିବା ଅସନ୍ତୋଷ ପାଇଁ ଦାୟୀ କରିଛନ୍ତି। ବାଦଲ ସମର୍ଥକମାନେ ଦାବି କରିଛନ୍ତି ବିଜେପି ସେମାନଙ୍କ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛି।

Advertisment

ଏସ୍‌ଏଡି ସଭାପତି ସୁଖବୀର ସିଂ ବାଦଲଙ୍କ ଇସ୍ତଫା ମଧ୍ୟରେ ତାଙ୍କର କିଛି ବିଶ୍ୱସ୍ତ ନେତା ମିଳିତ ଭାବେ ଏକ ସଂକଳ୍ପ ପାରିତ କରିଛନ୍ତି। ଏଥିରେ ସେମାନେ ବାଦଲଙ୍କ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ବାଦଲଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ତାଙ୍କ ଦଳକୁ ଭାଙ୍ଗିବା ପାଇଁ ବିଜେପି ଏକ ବଡ ଷଡଯନ୍ତ୍ର କରୁଛି। ବିଜେପିକୁ ସମାଲୋଚନା କରି ସେ କହିଛନ୍ତି କେନ୍ଦ୍ରୀୟ ଏଜେନ୍ସି ସହାୟତାରେ ବିଜେପି ଶିରୋମଣି ଅକାଳୀ ଦଳକୁ ବିଭାଜନ ଏବଂ ଦୁର୍ବଳ କରିବାକୁ ଚାହୁଁଛି।
ପଞ୍ଜାବରେ ଏସ୍‌ଏଡିର ୩୫ ଜିଲ୍ଲା ସଭାପତି ଏବଂ ୧୦୫ ନିର୍ବାଚନୀ ପ୍ରଭାରୀ ଦାୟିତ୍ୱରେ ଅଛନ୍ତି। ସେଥିମଧ୍ୟରୁ ୩୩ ଜିଲ୍ଲା ସଭାପତି ଏବଂ ୯୬ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରଭାରୀ ସୁଖବୀର ସିଂ ବାଦଲଙ୍କୁ ସମର୍ଥନ କରିଛନ୍ତି ଏବଂ ସେ ସଭାପତି ପଦରେ ରହିବାକୁ ଦାବି କରିଛନ୍ତି।

ବାଦଲଙ୍କ ଇସ୍ତଫାକୁ ଏସ୍‌ଏଡି ନେତାମାନେ ଦାବି କରିଥିଲେ। ଏହି ବିଷୟରେ ସୁଖବୀର ସିଂ ବାଦଲ ନିଜେ ଏକ ବୈଠକ ଡାକିଥିଲେ। ଚଣ୍ଡିଗଡ଼ର ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ବାଦଲ କହିଛନ୍ତି ମୁଁ ଶିରୋମଣି ଅକାଳୀ ଦଳକୁ ବିରୋଧୀଙ୍କ ହାତରେ କାଠ କଣ୍ଢେଇ ସାଜିବାକୁ ଦେବି ନାହିଁ। ବିରୋଧୀଙ୍କ ଯୋଜନା କଦାପି ସଫଳ ହେବ ନାହିଁ। ଯେଉଁମାନେ ପନ୍ଥ,ପଞ୍ଜାବ, କୃଷକ ଏବଂ ବଞ୍ଚିତମାନଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ପ୍ରସ୍ତୁତ ହେଉଛନ୍ତି, ସେମାନେ ନିଜ ନିଜ ପଥ ବାଛି ପାରିବେ। ବାଦଲ ଖୋଲାଖୋଲି ଭାବେ କହିଛନ୍ତି ଇସ୍ତଫା ଦାବି କରୁଥିବା ନେତାମାନେ ଅଲଗା ରାସ୍ତା ବାଛିବା ପାଇଁ ମୁକ୍ତ ଅଟନ୍ତି।

ସୂଚନାଯୋଗ୍ୟ, ୧୯୯୭ ରୁ ୨୦୧୯ ପର୍ଯ୍ୟନ୍ତ ଶିରୋମଣି ଅକାଳୀ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏର ଏକ ଅଂଶ ଥିଲା। ତେବେ ୨୦୨୦ରେ କୃଷକଙ୍କ ଆନ୍ଦୋଳନ ଯୋଗୁ ପଞ୍ଜାବରେ ବିଜେପିକୁ ବହୁ ବିରୋଧ କରାଯାଇଥିଲା। ଏହି ସମୟରେ, ଏସ୍‌ଏଡି ମଧ୍ୟ ବିଜେପି ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲା। ୨୦୨୪ଲୋକସଭା ନିର୍ବାଚନରେ ​​ଉଭୟ ଦଳ ପୁଣି ଏକାଠି ହେବେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ପଞ୍ଜାବର ୧୩ ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୫ରେ ନିର୍ବାଚନ ଲଢ଼ିବାକୁ ଦାବି କରିଥିଲା। କିନ୍ତୁ ଏସ୍ଏଡି ବିଜେପିକୁ ମାତ୍ର ୩ ଟି ସିଟ୍‌ର ପ୍ରସ୍ତାବ ଦେଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୃଷକ ଏବଂ ଜାଟ ଭୋଟ୍ ହରାଇବାକୁ ଭୟ ଥିବାରୁ ଏସ୍‌ଏଡି ଏକୁଟିଆ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍ ବୋଲି ବିବେଚନା କରିଥିଲା। ନିର୍ବାଚନରେ ଏସ୍‌ଏଡି ମାତ୍ର ଗୋଟିଏ ଆସନ ଜିତିଥିବାବେଳେ ବିଜେପି କୌଣସି ଆସନ ଜିତି ନାହିଁ।