ରାଜ୍ୟସଭା ସାଂସଦଙ୍କୁ ବିଜେପିର ହ୍ୱିପ୍‌, ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥିତି ଜରୁରୀ

ନୂଆଦିଲ୍ଲୀ : ଆସନ୍ତା ୨୯ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି। ବିଜେପି ଏଥିପାଇଁ ଏହାର ରାଜ୍ୟସଭା ସାଂସଦଙ୍କୁ ହ୍ବିପ୍‌ ଜାରି କରିଛି। ଅଧିବେଶନର ପ୍ରଥମ ଦିନରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାପାଇଁ ବିଜେପି ହ୍ବିପ୍‌ ଜାରି କରି କହିଛି। ଆସନ୍ତା ଶୀତ ଅଧିବେଶନକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ୩ କୃଷି ଆଇନ ଉଚ୍ଛେଦ ପାଇଁ ଏହି ଅଧିବେଶନରେ ପ୍ରକ୍ରିୟା ଆରମ୍ଭ ହେବ। ନିକଟରେ କେନ୍ଦ୍ର କ୍ୟାବିନେଟ୍‌ ମଧ୍ୟ କୃଷି ଆଇନ ଉଚ୍ଛେଦ ବିଲ୍‌କୁ ମଂଜୁରି ଦେଇ ସାରିଛନ୍ତି। ଏହିଦିନ ସରକାର କୃଷି ଆଇନ ଉଚ୍ଛେଦ ବିଲ୍‌ ଗୃହରେ ଆଗତ କରିପାରନ୍ତି। ସେଥିପାଇଁ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାପାଇଁ ଆଗୁଆ କହିଛନ୍ତି।

ଅନ୍ୟପକ୍ଷେ ଲୋକସଭା ବିଜେପି ସାଂସଦମାନଙ୍କୁ ଏଯାବତ ହ୍ବିପ୍‌ ଜାରି କରିନାହିଁ। ରବିବାର ସୁଦ୍ଧା ବିଜେପି ଲୋକସଭା ସାଂସଦମାନଙ୍କୁ ହ୍ବିପ୍‌ ଜାରି କରିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କୃଷି ଆଇନ ଉଚ୍ଛେଦ ଘୋଷଣା କରିଥିଲେ। ମୋଦୀ ଏହା ଘୋଷଣା କରିବାର ମାତ୍ର ୫ ଦିନ ମଧ୍ୟରେ କୃଷି ଆଇନ ଉଚ୍ଛେଦ ବିଲ୍‌-୨୦୨୧କୁ କ୍ୟାବିନେଟ୍‌ ମଂଜୁରି ମିଳିଛି।

ସମ୍ବନ୍ଧିତ ଖବର