ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬ ରାଜ୍ୟ ତଥା ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ମତଦାନ ଜାରି ରହିଛି। ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଲୋକମାନେ ଠିଆ ହୋଇଛନ୍ତି। ସାରା ଦେଶରେ ବଡ ପରିବର୍ତ୍ତନର ଝଡ଼ ସୃଷ୍ଟି ହୋଇଛି।
ହିନ୍ଦୀରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଏକ ପୋଷ୍ଟ କରିଛନ୍ତି। ସେ ଏହି ପୋଷ୍ଟରେ କହିଛନ୍ତି, ଆଜି ମତଦାନର ପଞ୍ଚମ ପର୍ଯ୍ୟାୟ। ପ୍ରଥମ ଚାରି ପର୍ଯ୍ୟାୟରେ ସ୍ପଷ୍ଟ ହୋଇଛି ଯେ ଲୋକମାନେ ସମ୍ବିଧାନ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ଛିଡା ହୋଇଛନ୍ତି ଏବଂ ବିଜେପିକୁ ପରାସ୍ତ କରିବାକୁ ଯାଉଛନ୍ତି। ଘୃଣା ରାଜନୀତି ନେଇ ଲୋକେ ଥକି ଯାଇଛନ୍ତି। ଦେଶ ବର୍ତ୍ତମାନ ଯୁବବର୍ଗମାନେ ଚାକିରୀ, କୃଷକମାନେ ଏମଏସପି ଏବଂ ଋଣରୁ ମୁକ୍ତି,, ମହିଳାମାନେ ଅର୍ଥନୈତିକ ନିର୍ଭରଶୀଳତା ଓ ନିରାପତ୍ତା ଏବଂ ଶ୍ରମିକମାନେ ଠିକ୍ ମଜୁରୀ ପ୍ରସଙ୍ଗରେ ଭୋଟ୍ ଦେଉଛନ୍ତି।
आज पांचवें चरण का मतदान है!
— Rahul Gandhi (@RahulGandhi) May 20, 2024
पहले चार चरणों में ही यह साफ हो गया है कि जनता संविधान और लोकतंत्र की रक्षा के लिए खड़ी हो गई है और भाजपा को हरा रही है।
नफ़रत की राजनीति से ऊब चुका यह देश अब अपने मुद्दों पर वोट कर रहा है।
युवा नौकरी के लिए, किसान MSP और कर्ज़ से मुक्ति के लिए,…
ଇଣ୍ଡିଆ ମିଳିତ ମଞ୍ଚ ସହିତ ଜନସାଧାରଣ ନିଜେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ସାରା ଦେଶରେ ପରିବର୍ତ୍ତନ ଝଡ଼ ସୃଷ୍ଟି ହୋଇଛି। ମୁଁ ଆମେଠି ଏବଂ ରାୟବରେଲିଙ୍ ସମେତ ସମଗ୍ର ଦେଶକୁ ସେମାନଙ୍କ ପରିବାରର ସମୃଦ୍ଧତା ପାଇଁ କାର୍ଯ୍ୟ କରିବାକୁ ନିବେଦନ କରୁଛି। ଆସନ୍ତୁ, ଭାରତର ଅଗ୍ରଗତି ପାଇଁ ଅଧିକାର ପାଇଁ ବହୁ ସଂଖ୍ୟାରେ ଭୋଟ୍ ଦିଅନ୍ତୁ ବୋଲି ରାହୁଲ କହିଛନ୍ତି।