ମହାରାଷ୍ଟ୍ରରେ ସରକାର ଗଠନରୁ ଓହରି ଗଲା ବିଜେପି; କହିଲା, ଆମ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ

ମୁମ୍ବାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପ୍ରକ୍ରିୟାରୁ ବିଜେପି ଆଜି ନିଜକୁ ବିଧିବଦ୍ଧ ଭାବେ ଦୂରେଇ ନେଇଛି। ଶନିବାର ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳ ଭାଗବତ ସିଂହ କୋଶିୟାରି ବିଜେପିର ବିଧାୟକ ଦଳ ନେତା ଦେବନ୍ଦ୍ର ଫର୍ଣ୍ଣାବିସଙ୍କୁ ନୂତନ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ହେଉଛି ଏକକ ସଂଖ୍ୟାଗରିଷ୍ଠ ଦଳ।

ତେବେ ଆଜି ବିଜେପିର ଦୁଇଦୁଇଟି କୋର କମିଟି ବୈଠକ ଅନୁଷ୍ଠିତ ହେବା ପରେ ମହାରାଷ୍ଟ୍ର ବିଜେପିର ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଯେ ଆମ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ ଆମେ ସରକାର ଗଠନରୁ ଓହରି ଯାଉଛି। ଏଣୁ ବର୍ତ୍ତମାନ ଶିବସେନା ଏନ୍‌ସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଠନ କରୁ ଆମର ଏଥିରେ କୌଣସି ଆପତ୍ତି ନାହିଁ। ଏପଟେ ସରକାର ଗଠନରୁ ବିଜେପି ଓହରି ଯିବା ପରେ ବରିଷ୍ଠ କଂଗ୍ରେସ ନେତା ମିଲିନ୍‌ ଦେଓରା ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସ ଓ ଏନ୍‌ସିପିକୁ ରାଜ୍ୟପାଳ ଆମନ୍ତ୍ରଣ କରନ୍ତୁ ବୋଲି ସେ ଦାବି ଜଣାଇଛନ୍ତି।

ତେବେ ବିଜେପିର ଏପ୍ରକାର ଘୋଷଣା ପରେ ଶିବସେନା କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ। ନୂତନ ସରକାର ଗଠନ ପାଇଁ ଇତିମଧ୍ୟରେ ଏନ୍‌ସିପି ମୁଖ୍ୟ ଶବତ ପାଓ୍ଵର କଂଗ୍ରେସ ଅଧକ୍ଷା ସେନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ପାଇଁ ମୁମ୍ବାଇରୁ ନୂଆଦିଲ୍ଲୀଗସ୍ତ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର