ମୁମ୍ବାଇ: ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପୁଣିଥରେ ବିପୁଳ ବିଜୟ ହାସଲ କରି ଶାସନ କ୍ଷମତାକୁ ଆସିବ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ମୁମ୍ବାଇ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା କହିଛନ୍ତି ଯେ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ବିରୋଧୀମାନେ ‘ମହାଗଠବନ୍ଧନ’ କରି ଶାସନ କ୍ଷମତାକୁ ଆସିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି, ତାହା କେବଳ ମାତ୍ର ଏକ ଭ୍ରାନ୍ତି। ମହାଗଠବନ୍ଧନର କୌଣସି କୌଣସି ଅସ୍ତିତ୍ୱ ନାହିଁ। କେବଳ ମାତ୍ର ନିଜ ନିଜ ଅଞ୍ଚଳରେ ସେମାନେ ସୀମିତ। ନିଜ ଅଞ୍ଚଳକୁ ବାଦ୍ଦେଲେ ସର୍ବ ଭାରତୀୟ ସ୍ତରରେ ସେମାନଙ୍କର କୌଣସି ପ୍ରକାରର ଅସ୍ତିତ୍ୱ କିମ୍ବା ପରିଚୟ ନାହିଁ। ଗତ, ୨୦୧୪ରେ ଆମେ ଏମାନଙ୍କ ବିରୁଦ୍ଧରେ ଲଢ଼ି ଏମାନଙ୍କୁ ପରାଜୟର ଦ୍ୱାର ଦେଖାଇଥିଲୁ। ୨୦୧୯ରେ ମଧ୍ୟ ସେଇ ଘଟଣାର ପୁନରାବୃତ୍ତି ଘଟିବ ବୋଲି ଦୃଢ଼ତାର ସହ କହିଛନ୍ତି ବିଜେପି ଅଧ୍ୟକ୍ଷ ଶାହା।
ଗୋଟିଏ ନିର୍ବାଚନରେ ପ୍ରସଙ୍ଗ ହେଉଛି, ନିର୍ବାଚନ ପୂର୍ବରୁ ଯେଉଁ ଦଳ କ୍ଷମତାରେ ଥିଲା ସେ କ’ଣ ଓ କିପରି କାମ କରିଛି। ଗତ ୫ ବର୍ଷର ଶାସନ କାଳ ମଧ୍ୟରେ ବିଜେପି ସରକାର ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ସହ ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ କରିଛି। ୮ କୋଟି ଘରକୁ ଶୌଚାଳୟ ସହ ୨.୫ କୋଟି ଘରକୁ ବିଦ୍ୟୁତ ଆଲୋକ ଯୋଗାଇବାରେ ବିଜେପି ସରକାର ସମର୍ଥ ହୋଇଛି।
/sambad/media/post_attachments/wp-content/uploads/2018/12/Amit-Shah_.jpg)
ଏହା ଅବଶ୍ୟ ସ୍ୱୀକାରଯୋଗ୍ୟ ଯେ ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିକୁ ସଫଳତା ମିଳି ନାହିଁ। ତେବେ, ଏହାର ଅର୍ଥ ନୁହେଁ ଯେ ୨୦୧୯ ସାଧାରଣ ନିର୍ବାଚନରେ ଦଳକୁ ସଫଳତା ମିଳିବ ନାହିଁ। ଯେଉଁମାନେ ଏପରି ଧାରଣାରେ ରହିଛନ୍ତି, ତା’ ହେଉଛି କେବଳ ମାତ୍ର ସେମାନଙ୍କ ମନର ଭ୍ରାନ୍ତି। ବିଜେପି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Saha.jpeg)