ସିଙ୍ଗୁର: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗରେ ପରବର୍ତ୍ତୀ ସରକାର ବିଜେପି ଗଠନ କରିବ। ହୁଗୁଲି ଜିଲ୍ଲାର ସିଙ୍ଗୁରରେ ଆଜି ଆୟୋଜିତ ଏକ ରୋଡ୍ ସୋ ଯୋଗ ଦେଇଥିବା ସମୟରେ ଜାତୀୟ ସ୍ତରର ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶ୍ରୀ ଶାହା କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତିନିଟି ପର୍ଯ୍ୟାୟରେ ମତଦାନ କରାଯାଇଥିବା ୯୧ଟି ଆସନ ମଧ୍ୟରୁ ୬୫ରୁ ୬୮ଟି ଆସନରେ ଦଳର ପ୍ରାର୍ଥୀମାନେ ବିଜୟୀ ହେବେ। ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ନୂତନ ସରକାର ଗଠନ କରିବ।
IndiaTvଉଲ୍ଲେଖଯୋଗ୍ୟ, ଶ୍ରୀ ଶାହା ଆଜି ସିଙ୍ଗୁରରେ ଦଳ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଯାହାକି ଏକଦା ତୃଣମୂଳ କଂଗ୍ରେସ ଦ୍ୱାରା ପରିଚାଳିତ ଜମି ଅଧିଗ୍ରହଣ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ରହିଥିଲା। ୨୦୦୭ରେ ଟାଟା ମୋଟର୍ସ ଏହାର ବହୁଚର୍ଚ୍ଚିତ ଛୋଟ କାର ନାନୋ ଉତ୍ପାଦନ ପାଇଁ କାରଖାନା ସ୍ଥାପନ କରିବା ପାଇଁ ଜମି ଅଧିଗ୍ରହଣ କରିବା ପରେ ମମତା ବାନାର୍ଜୀ ୨୦୦୭ରେ ସିଙ୍ଗୁରରେ ଏହାକୁ ବିରୋଧ କରି ଏକ ଅଭିଯାନ ଆରମ୍ଭ ଏହାର ନେତୃତ୍ୱ ନେଇଥିଲେ। ଫଳରେ, କମ୍ପାନି ଏହାର ପ୍ରସ୍ତାବିତ କାରଖାନାକୁ ସିଙ୍ଗୁରରୁ ଗୁଜୁରାଟକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲା।
/sambad/media/post_attachments/wp-content/uploads/2021/04/amitshahroadshow1.jpg)
ଶ୍ରୀ ଶାହା କହିଛନ୍ତି ଯେ ମମତାଙ୍କ ଏହି ଆନ୍ଦୋଳନ ପରଠାରୁ ସିଙ୍ଗୁର ଶିଳ୍ପରୁ ଦୂରେଇ ଯାଇଛି ଏବଂ ଯଦି ବିଜେପି କ୍ଷମତାକୁ ଆସେ ତେବେ ଏହି ଅଞ୍ଚଳର ଦ୍ରୁତ ଶିଳ୍ପାୟନ ପାଇଁ ପ୍ରତିଶ୍ରୁତି ବଦ୍ଧ। ନିର୍ବାଚନରେ ଜିତିବା ପରେ ସେ କହିଛନ୍ତି ଯେ କୋଲକାତା ଏବଂ ନୂଆଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନିକଟରେ ଅବସ୍ଥିତ ସିଙ୍ଗୁରରେ କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଶିଳ୍ପ ପ୍ରତିଷ୍ଠା ହେବ। ସେ କହିଛନ୍ତି, ଶିଳ୍ପ ପ୍ରତିଷ୍ଠା କରି ଆମେ ଏହି ଅଞ୍ଚଳର ବିକାଶ କରିବୁ ଏବଂ ଆଳୁ ଚାଷ ପାଇଁ ୫୦୦କୋଟି ଟଙ୍କା ବିନିଯୋଗ କରିବୁ। ଯାହାକୁ କି ଆମେ ଆମର ନିର୍ବାଚନୀ ‘ସଙ୍କଳ୍ପ ପତ୍ର’ରେ ଘୋଷଣା କରିସାରିଛୁ। ସେ କହିଛନ୍ତି, ମୁହାଁମୁହିଁ ହେବା ପରିବର୍ତ୍ତେ ଆମେ ରାଜ୍ୟରେ ବିକାଶ, ସଂଳାପ ଏବଂ ସହଯୋଗର ରାଜନୀତି କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/BJP-Will-Win-in-WB_Thumbnail.jpg)