ହାଇଦ୍ରାବାଦ ପୌର ନିର୍ବାଚନ : ଟିଆର୍‌ଏସ୍‌ ଗଡ଼ରେ ବିଜେପିର ଧମାକା

୫୬ ଆସନ ପାଇ ଟିଆରଏସ୍‌ ସବୁଠାରୁ ବଡ଼ ଦଳ
ବିଜେପି ଦ୍ବିତୀୟ ସ୍ଥାନରେ, ତୃତୀୟକୁ ଖସିଲା ଏଆଇଏମ୍‌ଆଇଏମ୍‌

ହାଇଦ୍ରାବାଦ୍ : ହାଇଦ୍ରାବାଦ୍‌ ପୌର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ହାଇଦ୍ରାବାଦ୍‌ରେ ୧୫୦ ୱାର୍ଡ‌୍‌ରେ ନିର୍ବାଚନ ହୋଇଥିବା ବେଳେ ଟିଆରଏସ୍‌ ୫୬ଟିରେ ଜିତିଛି। ବି‌ଜେପି ୪୯ ଆସନ ଦଖଲ କରି ଟିଆର୍‌ଏସ୍‌ ଗଡ଼କୁ ଦୋହଲାଇ ଦେଇଛି। ଏଥର ଏଆଇଏମ୍‌ଆଇଏମ୍‌ ୪୩ଟି ଆସନ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି। କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିଛି। ହାଇଦ୍ରାବାଦ୍‌ ପୌର ନିର୍ବାଚନରେ ବିଜେପି ପାଇଁ ବଡ଼ ଫାଇଦା ଆଣିଛି। ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସିଙ୍କ ପ୍ରଭାବ ଥିବା ଅଂଚଳରେ ମଧ୍ୟ ବିଜେପି ତା’ର ଶକ୍ତି ଦେଖାଇଛି। ଏହା ହାଇଦ୍ରାବାଦ ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି। କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା ଜି କିଶାନ୍‌ ରେଡ୍ଡି କହିଛନ୍ତି, ହାଇଦ୍ରାବାଦ୍‌ ପୌର ନିର୍ବାଚନରୁ ଜଣାପଡ଼ୁଛି ଯେ, ବିଜେପିର ଶକ୍ତି ବୃଦ୍ଧି ହୋଇଛି ଏବଂ ବିଜେପି ପୂର୍ବାପେକ୍ଷା ଅଧିକ ସଶକ୍ତ ହୋଇଛି। ହାଇଦ୍ରାବାଦ୍‌ରେ ପୂର୍ବରୁ ଟିଆରଏସ୍‌ ପାଖରେ ୯୯ ଆସନ ଥିଲା। କିନ୍ତୁ ଏବେ ଏହା ୫୬କୁ ଖସି ଆସିଛି। ପୂର୍ବରୁ ବିଜେପିର ମାତ୍ର ୪ଟି ଆସନ ଥିବାବେଳେ ଏହା ୪୯କୁ ବୃଦ୍ଧି ପାଇଛି। ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଉତ୍ତମ କୁମାର ରେଡ୍ଡି ଦଳରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର