ନୂଆଦିଲ୍ଲୀ: କର୍ଣ୍ଣାଟକରେ ୧୫ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଛି। ୧୫ରୁ ୧୨ଟି ଆସନରେ ବିଜେପି ଜିତିଛି। ଫଳରେ ୪ ମାସର ୟେଦୁରପ୍ପା ସରକାର ପାଇଁ ଯେଉଁ ସଙ୍କଟ ଥିଲା ତାହା ମଧ୍ୟ ଟଳିଯାଇଛି। କ୍ଷମତାରେ ରହିବାପାଇଁ ବିଜେପିକୁ ୧୫ ଆସନରୁ ୬ଟିରେ ଜିତିବା ଆବଶ୍ୟକ ଥିଲା। କିନ୍ତୁ ବିଜେପିକୁ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଆସନ ମିଳିଛି। କଂଗ୍ରେସକୁ ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଜଣେ ସ୍ବାଧୀନ ପ୍ରାର୍ଥୀ ଅନ୍ୟ ଗୋଟିଏ ଆସନରେ ଜିତିଛନ୍ତି। ଜେଡିଏସ୍ କୌଣସି ଗୋଟିଏ ହେଲେ ଆସନ ଅକ୍ତିଆର କରିପାରିନି। ୨୦୧୮ ବିଧାନସଭା ନିର୍ବାଚନରେ ଏହି ୧୫ ଆସନରେ କଂଗ୍ରେସ ଏବଂ ଜେଡିଏସ୍ର ବିଜୟ ହୋଇଥିଲା। ଉପନିର୍ବାଚନରେ କଂଗ୍ରେସର ଖରାପ୍ ପ୍ରଦର୍ଶନ ଯୋଗୁ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରମେୟା ଏବଂ କେପିସିସି ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ ସେମାନଙ୍କ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉପନିର୍ବାଚନ ବିଜେପି ପାଇଁ ଏକ ବଡ଼ ପରୀକ୍ଷା ଥିଲା। ଏହି ପରୀକ୍ଷାରେ ବିଜେପି ଉତ୍ତୀର୍ଣ୍ଣ ହୋଇଛି। ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୧୦୫ରୁ ୧୧୭କୁ ବୃଦ୍ଧି ପାଇଛି। ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ମଧ୍ୟ ବିଜେପି ସହ ରହିଛି। ୨୨୩ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ ଆବଶ୍ୟକୀୟ ସଂଖ୍ୟାଠାରୁ ବିଜେପି ପାଖରେ ଯଥେଷ୍ଟ ଅଧିକ ଆସନ ରହିଛି।
କର୍ଣ୍ଣାଟକ ଉପନିର୍ବାଚନରେ ବିଜେପିର ବାଜିମାତ୍, ୧୫ରୁ ୧୨ ଆସନରେ ବିଜୟୀ
୪ ମାସର ୟେଦୁରପ୍ପା ସରକାର ପାଇଁ ସଙ୍କଟ ଟଳିଲା
/sambad/media/post_attachments/wp-content/uploads/2019/12/teh84te89h7et98h7e98t7he8t7he98theeeeeeeeeee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)