ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ହୋଇଥିବା ପାଞ୍ଚଟି ବିଧାନସଭା ଉପନିର୍ବାଚନର ଫଳାଫଳ ମଧ୍ୟ ହସ୍ତଗତ ହୋଇଛି। ଏଥିରେ ସଂପୃକ୍ତ ରାଜ୍ୟର ଶାସକ ଦଳମାନେ ହିଁ ଆସନଗୁଡ଼ିକୁ ଦଖଲ କରିନେଇଛନ୍ତି। ତେବେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଶାସକ ଦଳ ନିଜର ପୁରୁଣା ଆସନକୁ ବଜାୟ ରଖିଥିବା ବେଳେ ଅରୁଣାଚଳପ୍ରଦେଶରେ ଶାସକ ବିଜେପି ଦୁଇଟି ଯାକ ଆସନକୁ ବିରୋଧୀ କଂଗ୍ରେସ ହାତରୁ ଛଡ଼ାଇ ଆଣିଛି।
ଅରୁଣାଚଳପ୍ରଦେଶର ରେକର୍ଡ ୮୬ ପ୍ରତିଶତ ମତଦାନ ହୋଇଥିବା ପକ୍କେ କେସାଂ ଆସନରେ ବିଜେପିର ବି ଆର୍ ଓ୍ଵାଘେ ୪୭୫ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ କାମେଂ ଡୋଲୋଙ୍କୁ ହରାଇ ଦେଇଛନ୍ତି। ସେହିପରି ଲିକାବାଲି ଆସନରେ ବିଜେପି ପ୍ରର୍ଥୀ କାର୍ଦୋ ନିାଗ୍ୟୋର ନିକଟତମ ପ୍ରତଦ୍ୱନ୍ଦ୍ୱୀ ପିପିଏର ଗୁମ୍କେ ରିବାଙ୍କୁ ୩୦୫ ଭୋଟ ବ୍ୟବଧାନରେ ହରାଇଦେଇଛନ୍ତି।
ପଶ୍ଚିମବଙ୍ଗର ସବାଙ୍ଗ ଆସନରେ ଶାସକ ଦଳ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଗୀତାରାଣୀ ଭୁନିଆ ପାଖାପାଖି ୬୫ ହଜାର ଭୋଟ ବ୍ୟବଧାନରେ ସିପିଏମ୍ ପ୍ରର୍ଥୀଙ୍କୁ ହରାଇ ଦେଇଛନ୍ତି। ସେଠାରେ ବିଜେପି ପ୍ରାର୍ଥୀଙ୍କୁ ତୃତୀୟ ସ୍ଥାନ ମିଳିଛି। ସେହିପରି ଉତ୍ତରପ୍ରଦେଶର ସିକନ୍ଦ୍ରା ଆସନରେ ବିଜେପିର ଅଜିତ ସିଂହ ପାଲ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟିର ସୀମା ସଚନଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ହରାଇଦେଇଛନ୍ତି।
ଅରୁଣାଚଳ, ଯୁପିରେ ବିଜେପିର ବାଜିମାତ୍: ପଶ୍ଚିମବଙ୍ଗରେ ଶାସକ ଟିଏମ୍ସି ବଜାୟ ରଖିଲା
/sambad/media/post_attachments/wp-content/uploads/2017/12/bjp-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)