ଉପନିର୍ବାଚନ : ୫୨ ବିଧାନସଭା ଆସନରୁ ମାତ୍ର ୧୫ଟିରେ ଜିତିଲା ବିଜେପି

ନୂଆଦିଲ୍ଲୀ : ମହାରାଷ୍ଟ ଓ ହରିୟାଣା ବିଧାନସଭା ନିର୍ବାଚନ ସହ ଦେଶର ୧୭ଟି ରାଜ୍ୟର ୫୨ଟି ଆସନରେ ଉପନିର୍ବାଚନ ହୋଇଥିଲା । କିନ୍ତୁ ଏସବୁ ଉପନିର୍ବାଚନରେ ବିଜେପିର ପ୍ରଦର୍ଶନ ସେତେଟା ସନ୍ତୋଷଜନକ ହୋଇପାରିନାହିଁ । ୫୨ଟି ବିଧାନସଭା ଆସନରୁ ବିଜେପି ମାତ୍ର ୧୫ଟିରେ ବିଜୟ ହାସଲ କରିଛି । ସେଗୁଡିକ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ସଫଳତା ମିଳିଛି । ରାଜ୍ୟର ୧୧ଟି ଆସନରେ ହୋଇଥିବା ଉପନିର୍ବାଚନରେ ଦଳ ୭ଟିରେ ବିଜୟ ହାସଲ କରିଛି ।

ତେବେ ଅନ୍ୟରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେପି ପରାଜୟ ବରଣ କରିଛି । ଓଡ଼ିଶାର ବିଜେପୁରରେ ବିଜେପିର ଶୋଚନୀୟ ପରାଜୟ ହୋଇଛି । ରେକର୍ଡ ବ୍ୟବଧାନରେ ଜିତିଛନ୍ତି ଶାସକ ବିଜେଡି ପ୍ରାର୍ଥୀନି ରୀତା ସାହୁ । ଆସାମରେ ବିଜେପି ୩ଟି ଆସନରେ ଓ ମେଘାଳୟରେ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି ୧ଟି ଆସନ ରେ ବିଜୟ ହାସଲ କରିଛନ୍ତି ।
ବିହାରରେ ୫ଟି ଆସନରେ ଉପନିର୍ବାଚନ ହୋଇଥିଲା । ସେଥିମଧ୍ୟରୁ ଜେଡିୟୁ ୧ଟି ଆସନରେ, ଆରଜେଡିକୁ ୨ଟି ଆସନରେ , ଏଆଇଏମଏମ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଆସନରେ ବିଜୟ ମିଳିଛି । ବିହାରରେ ପ୍ରଥମ ଥର ପାଇଁ ଏସଦ୍ଦୁଦ୍ଦିନ ଓେଓ୍ଵସୀଙ୍କ ଦଳ ଏଆଇଏମଏମ ଖାତା ଖୋଲିଛି ।

ସମ୍ବନ୍ଧିତ ଖବର