ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ, ପଛରେ ପଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ବିପୁଳ ସଫଳତା ମିଳିଛି । ଗୁଜୁରାଟରେ ଅନୁଷ୍ଠିତ ୮ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ସବୁତକ ଆସନରେ ବିଜୟ ଲାଭ କରିଛି । ସେହିପରି କର୍ଣ୍ଣାଟକରେ ୨ଟି ଆସନ, ମଣିପୁରରେ ୫ଟିରୁ ଦୁଇଟି ଆସନରେ, ତେଲେଙ୍ଗାନାରେ ଗୋଟିଏ ଆସନରେ ଓ ଉତ୍ତରପ୍ରଦେଶରେ ୭ଟିରୁ ୬ଟି ଆସନରେ ବିଜେପି ଜିତିଛି । ଅନ୍ୟପକ୍ଷରେ କଂଗ୍ରେସ ଦଳ ହରିୟାଣା, ଝାଡ଼ଖଣ୍ଡ, ଛତିଶଗଡ଼ରେ ଗୋଟିଏ ଆସନରେ ବିଜୟ ହାସଲ କରିଛି ।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ୨୮ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ବିପୁଳ ସଫଳତା ହାସଲ କରିଛି । ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁସାରେ ବିଜେପି ୧୧ଟି ଆସନରେ ଜିତିଛି ଓ ଆଉ ୮ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏ ଆସନରେ ଜିତିଛି ଓ ୮ଟି ଆସନରେ ଆଗୁଆ ଅଛି ।

ସମ୍ବନ୍ଧିତ ଖବର