କଂଗ୍ରେସ, ଆପ କଳି ମଧ୍ୟରେ ବିଜେପି ଜିତିଗଲା ଚଣ୍ଡିଗଡ଼ ମେୟର ପଦବୀ

ଚଣ୍ଡିଗଡ଼ : ଚଣ୍ଡିଗଡ଼ ମୁନିସିପାଲ କର୍ପୋରେସନ (ସିଏମସି) ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ବିଜେପିର ସରବିଜିତ କୌର ମେୟର ନିର୍ବାଚିତ ହୋଇଛନ୍ତି ।   ୧୪-୧୩ ଭୋଟ ବ୍ୟବଧାନରେ ସେ ଆପ ପ୍ରାର୍ଥୀଙ୍କୁ ହରାଇଦେଇଛନ୍ତି ।

ତେବେ ଏହାକୁ ନେଇ କଂଗ୍ରେସ ଓ ଆମ ଆଦମି ପାର୍ଟି (ଆପ୍) ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ବିଜେପିର ବିଜୟ ପାଇଁ ଉଭୟ ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି । କେବଳ ଏତିକି ନୁହେଁ, ଏହାକୁ ନେଇ ଆମ ଆଦମି ପାର୍ଟି ମଧ୍ୟରେ ବି ବିବାଦ ଦେଖାଦେଇଛି । ଏପରିକି ଟିକେଟ ଆବଣ୍ଟନକୁ ନେଇ କେତେକ ଆପ କର୍ମୀ ନିଜ ଦଳର ନେତା ରାଘବ ଚଢାଙ୍କୁ ଘେରିବା ସହ ପିଟିଥିବା ଅଭିଯୋଗ ହୋଇଛି ।

ବିଜେପିର ବିଜୟ ପାଇଁ ଆପକୁ ଦୋଷଦେଇ କଂଗ୍ରେସ ନେତା ଗୌରବ ପଣ୍ଢି କହିଛନ୍ତି ଯେ, ବିଜେପିକୁ ଜିତାଇବାକୁ ଆପ ଜାଣିଣୁଣି ନିଜର ଏକ ଭୋଟ ନାକଚ କରିଦେଇଥିଲା । ବିଜେପିର ଏହି ବି-ଟିମ ନିଜର ଲକ୍ଷ୍ୟ ହାସଲ କରିନେଲା । ନିର୍ବାଚନ ଲଢିବା ପଛରେ ଆପର ଏହି ଉଦ୍ଦେଶ୍ୟ ରହିଛି ।

ଅନ୍ୟପକ୍ଷରେ ଆପ ମଧ୍ୟ କଂଗ୍ରେସ ବିରୋଧରେ ସମାନ ଆରୋପ ଲଗାଇଛି । ରାଘବ ଚଢା କହିଛନ୍ତି ଯେ କଂଗ୍ରେସ ସହ ବିଜେପିର ଗୋପନ ବୁଝାମଣା ରହିଛି । ବିଜେପିକୁ ଜିତେଇବା ପାଇଁ କଂଗ୍ରେସ ନିଜର କାଉନସିଲରକୁ ବିଜେପି ସହ ମିଳେଇଦେଲା । ଆଗାମୀ ବିଧାନସଭା ନିର୍ବାଚନରେ ବି କଂଗ୍ରେସ ବିଜେପି ଓ ଅକାଳି ଦଳ ସହ ଗୋପନ ବୁଝାମଣା କରିବ ।

 

 

ସମ୍ବନ୍ଧିତ ଖବର