ଚଣ୍ଡିଗଡ଼: ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍ ହୋଇଛି। ଆପ୍-କଂଗ୍ରେସ ମେଣ୍ଟକୁ ୧୭ ଭୋଟ୍ ମିଳିଥିବାବେଳେ ବିଜେପିକୁ ୧୯ଟି ଭୋଟ୍ ମିଳିଛି। ଆପ୍ର ପ୍ରେମଲତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବବ୍ଲା ବିଜୟୀ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ, ଚଣ୍ଡିଗଡ଼ ମେୟର ନିର୍ବାଚନ ପାଇଁ ବିଜେପି ଏବଂ ଆପ୍-କଂଗ୍ରେସ ମେଣ୍ଟ ମଧ୍ୟରେ ହାଇ ଭୋଲ୍ଟେଜ୍ ଲଢ଼େଇ ଚାଲିଥିଲା। ମେୟର ପଦ ପାଇଁ ଆଜି ପୂର୍ବାହ୍ନ ୧୧.୨୦ ସମୟରେ ଚଣ୍ଡିଗଫଡ଼ ପୌର ନିଗମ ସଭା ଗୃହରେ ଭୋଟ୍ ଗ୍ରହଣ ହୋଇଥିଲା। ସିକ୍ରେଟ୍ ବାଲଟ୍ ଦ୍ବାରା ଭୋଟ୍ ଗ୍ରହଣ ହୋଇଥିଲା।
ଚଣ୍ଡିଗଡ଼ ମେୟର ନିର୍ବାଚନ ଜିତିଲା ବିଜେପି
ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍ ହୋଇଛି। ଆପ୍-କଂଗ୍ରେସ ମେଣ୍ଟକୁ ୧୭ ଭୋଟ୍ ମିଳିଥିବାବେଳେ ବିଜେପିକୁ ୧୯ଟି ଭୋଟ୍ ମିଳିଛି। ଆପ୍ର ପ୍ରେମଲତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବବ୍ଲା ବିଜୟୀ ହୋଇଛନ୍ତି।
/sambad/media/media_files/2025/01/31/dqp3Wk4AEZXmh7UGator.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)