ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଲାଗି ଚୌକିଦାର ଶବ୍ଦ ବରଦାନ ସାବ୍ୟସ୍ତ ହୋଇଛି। ଗତ ଦୁଇଦିନଭିତରେ ଏହି ଶବ୍ଦ ସବୁଠାରୁ ଅଧିକ ଟ୍ରେଣ୍ଡ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଗତ ଦୁଇ ଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ ଟ୍ଵିଟ୍ ‘ମୁଁ ବି ଚୌକିଦାର’କୁ ୧୫ ଲକ୍ଷରୁ ବି ଅଧିକ ଟ୍ଵିଟ୍ର ସମର୍ଥନ ମିଳିଛି। ଏହା ବିଜେପିର ବିଜୟ ବୋଲି ବିବେଚନା କରାଯାଉଛି।
ଏଠାରେ ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଟ୍ଵିଟରରେ ଏକ ଭିଡିଓ ଟ୍ଵିଟ୍ କରି ‘ମୁଁ ବି ଚୌକିଦାର’ ଅଭିଯାନର ଶୁଭାରମ୍ଭ କରିଥିଲେ। ୩.୪୫ ମିନିଟ୍ର ଏହି ଭିଡିଓରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପର ସମୀକ୍ଷା ହୋଇଛି।
photo-theindianexpress
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରିଥିଲେ ‘ଆପଣଙ୍କର ଚୌକିଦାର୍ ସିଧା ଠିଆ ହୋଇଛି ଓ ଦେଶର ସେବା କରୁଛି। କିନ୍ତୁ ମୁଁ ଏକୁଟିଆ ନୁହେଁ। ଯେଉଁମାନେ ଦୁର୍ନୀତି,ସାମାଜିକ ଅନ୍ୟାୟ ବିରୁଦ୍ଧରେ ଲଢୁଛନ୍ତି, ସେମାନେ ବି ଜଣେ ଜଣେ ଚୌକିଦାର। ଯେଉଁମାନେ ଭାରତର ପ୍ରଗତି ପାଇଁ କଠିନ ପରିଶ୍ରମ କରୁଛନ୍ତି, ସେମାନେ ବି ଜଣେ ଚୌକିଦାର। ଆଜି ପ୍ରତ୍ୟେକ ଭାରତୀୟ କହୁଛନ୍ତି ‘ମୁଁ ବି ଚୌକିଦାର’।’ ଏହି ଭିଡିଓରେ ଶେଷରେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୩୧ ସନ୍ଧ୍ୟା ୬ଟା ସମୟରେ ତାଙ୍କ ସହିତ ଯୋଡ଼ି ହେବା ଲାଗି ନିବେଦନ ମଧ୍ୟ କରିଥିଲେ।