ଗୁଜରାଟ ଓ ହିମାଚଳରେ ପଦ୍ମ ଫୁଟିଲା, ଟୁଇଟରରେ ଜନତାଙ୍କୁ ପ୍ରଣାମ ଜଣାଇଲେ ମୋଦି

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ମତଦାତା ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ଦେଇଛନ୍ତି। ହିମାଚଳ ପ୍ରଦେଶରେ କଂଗ୍ରେସକୁ ହରାଇ ବିଜେପି କ୍ଷମତାକୁ ଆସିଥିବା ବେଳେ, ଗୁଜରାଟରେ ବିଜେପି ୨୨ବର୍ଷର ଶାସନ ଜାରି ରଖିବ। ଉଭୟ ରାଜ୍ୟରେ ବିଜେପିର ବିଜୟକୁ ନେଇ ମୋଦି ଟୁଇଟ କରିଛନ୍ତି। ଟୁଇଟରେ ସେ ଲେଖିଛନ୍ତି, ଗୁଜରାଟ ଓ ହିମାଚଳ ପ୍ରଦେଶର ଜନତାଙ୍କୁ ପ୍ରଣାମ କରୁଛି। ମୋଦି ଲେଖିଛନ୍ତି, ବିଜେପି ଉପରେ ବିଶ୍ୱାସ ରଖିଥିବାରୁ ସେଥିପାଇଁ ଧନ୍ୟବାଦ। ଜନତାଙ୍କ ସେବା ଜାରି ରହିବ। ଉଭୟ ରାଜ୍ୟର ବିକାଶ ପାଇଁ ଜୀବନକୁ ବାଜି ଲଗାଇବୁ। ସୁଶାସନ ପାଇଁ ଜନତା ବିଜେପି ଉପରେ ଭରସା ରଖି ମତଦାନ କରିଛନ୍ତି।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଟୁଇଟର ମାଧ୍ୟମରେ ଗୁଜରାଟ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୁଜରାଟ ଜନତା ବିକାଶ ନେଇ ବିଜେପି ଉପରେ ସନ୍ତୁଷ୍ଟ ଅଛନ୍ତି ବୋଲି ଏହି ନିର୍ବାଚନ ପ୍ରମାଣ କରିଛି।

ସମ୍ବନ୍ଧିତ ଖବର