ଗୁଜରାଟ : ବିଜେପିକୁ ୧୫୬ଟି ଆସନ, ଭୋଟ ପ୍ରତିଶତ ୫୨%କୁ ବୃଦ୍ଧି

ଗାନ୍ଧିନଗର : ଗୁଜରାଟରେ ଚାଲିଥିବା ଭୋଟ ଗଣତି ପ୍ରାୟତଃ ଶେଷ ହୋଇଛି । ବିଜେପି ୧୫୬ଟି ଆସନରେ ବିଜୟୀ ହୋଇଥିବବେଳେ କଂଗ୍ରେସ ମାତ୍ର ୧୭ଟି ଆସନରେ ବିଜୟୀ ହୋଇଛି । ଆମ ଆଦମୀ ପାର୍ଟି (ଆପ୍ ) ୫ଟି ଆସନରେ ବିଜୟ ହୋଇଛି । ରାଜ୍ୟରେ ବିଜେପିର ଭୋଟ ପ୍ରତିଶତ ୫୨.୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ କଂଗ୍ରେସର ଭୋଟ ପ୍ରତିଶତ ୨୭.୨୮କୁ ହ୍ରାସ ପାଇଛି । ଆପକୁ ୧୩ ପ୍ରତିଶତ ଭୋଟ ମିଳିଛି ।

ଏହି ବିଜୟ ସହ ବିଜେପି ରେକର୍ଡ କରିଛି ।  ୨୦୦୨ରେ ବିଜେପି ୧୨୭ଟି ଆସନରେ ବିଜୟ ହାସଲ କରିଥିଲା, ଯାହାକି ଏପର୍ଯ୍ୟନ୍ତ ଦଳ ପାଇଁ ରାଜ୍ୟରେ ସବୁଠାରୁ ବଡ଼ ବିଜୟ ଥିଲା । କିନ୍ତୁ ଏଥର ଦଳ ନିଜର ପୂର୍ବ ରେକର୍ଡକୁ କାଟିଦେଇଛି ।

ଆସନ୍ତା ୧୨ ତାରିଖ ଅପରାହ୍ଣରେ ଭୂପେଶ ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି । ସେ ନିଜେ ରେକର୍ଡ ୧ ଲକ୍ଷ ୭୦ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି ।

କେବଳ ନିଜ ରେକର୍ଡ ନୁହେଁ, ବିଜେପି କଂଗ୍ରେସର ସର୍ବକାଳୀନ ରେକର୍ଡ ବି କାଟିଦେଇଛି । କଂଗ୍ରେସ ୧୯୮୫ରେ ମାଧବ ସିଂ ସୋଲାଙ୍କିଙ୍କ ନେତୃତ୍ବରେ ୧୪୯ ଆସନ ଜିଣିଥିଲା, ଯାହାକି ଏପର୍ଯ୍ୟନ୍ତ ଗୁଜୁରାଟରେ ସବୁଠାରୁ ବଡ଼ ବିଜୟର ମାନ୍ୟତା ପାଉଥିଲା । କିନ୍ତୁ ଏଥର ବିଜେପି ସେହି ରେକର୍ଡକୁ କାଟିଦେଇଛି ।

 

 

ସମ୍ବନ୍ଧିତ ଖବର