ନୂଆଦିଲ୍ଲୀ: ଗୁଜୁରାଟରେ ହୋଇଥିବା ମ୍ୟୁନିସିପାଲିଟି ନିର୍ବାଚନରେ କ୍ଷମତାରେ ଥିବା ବିଜପିକୁ ବିପୁଳ ସଫଳତା ମିଳିଛି । ତେବେ କଂଗ୍ରେସ ମଧ୍ୟ ଗତ ଥର ଅପେକ୍ଷା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି । ନିର୍ବାଚନ ହୋଇଥିବା ମୋଟ ୭୫ଟି ପୌରସଂସ୍ଥା ମଧ୍ୟରୁ ବିଜେପି ୪୭ଟିରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୧୬ଟି ଜିତିଛି ।
୨୦୧୩ ପୌର ନିର୍ବାଚନରେ ମଧ୍ୟ ବିଜେପି ୪୭ଟି ସିଟ ଜିତିଥିଲା । କିନ୍ତୁ ୨୦୧୩ ସହ ତୁଳନା କଲେ କଂଗ୍ରେସର ପ୍ରଦର୍ଶନରେ ଉନ୍ନତି ହୋଇଛି । ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗୃହ ନଗରୀ ବଡନଗର ମ୍ୟୁନିସିପାଲିଟିରେ ଜିତିଛି । ଅନ୍ୟପକ୍ଷରେ ଏନସିପି ଓ ବିଏସପି ଗୋଟିଏ ଲେଖାଏଁ ମ୍ୟୁନିସିପାଲିଟି ଜିତି ଥିବାବେଳେ ୪ଟି ମ୍ୟୁନିସିପାଲିଟିରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ତେବେ ୬ଟି ମ୍ୟୁନିସିପାଲିଟିରେ ସ୍ପଷ୍ଟ ଜନାଦେଶ ଆସିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/bjp-1-1.jpg)