ଚଣ୍ଡିଗଡ଼ : ହରିୟାଣା ପୌର ନିର୍ବାଚନରେ ବିଜେପି ବିପୁଳ ସଫଳତା ହାସଲ କରିଛି । ବିଜେପି ପ୍ରାର୍ଥୀ ୧୦ଟି ନଗର ନିଗମ ଆସନରୁ ୯ଟିରେ ବିଜୟ ହାସଲ କରିଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ମାନେସର ମ୍ୟୁନିସିପାଲିଟି କର୍ପୋରେସନରେ ସ୍ୱାଧୀନ ପ୍ରାର୍ଥୀ ଡ. ଇନ୍ଦ୍ରଜିତ ଯାଦବ ମେୟର ଭାବେ ନିର୍ବାଚିତ ହୋଇଛନ୍ତି।
ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନି କହିଛନ୍ତି, ଆଜି ସ୍ଥାନୀୟ ନିର୍ବାଚନ ଫଳାଫଳରେ ହରିୟାଣାବାସୀ ଟ୍ରିପଲ ଇଞ୍ଜିନ ସରକାରଙ୍କୁ ମୋହର ମାରିଛନ୍ତି। ମୁଁ ହରିୟାଣାବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିଥିବାରୁ ମୁଁ ନିର୍ବାଚନ ଆୟୋଗ ଏବଂ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବିକଶିତ ଭାରତ' ସ୍ୱପ୍ନକୁ ସାକାର କରିବାରେ ଆମର ସ୍ଥାନୀୟ ସଂସ୍ଥା ସରକାର ଏବଂ ଏହି ଟ୍ରିପଲ ଇଞ୍ଜିନ ସରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2024/04/QT-BJP-Flag.jpg)