ମିଲ୍କିପୁର : ୟୁପିର ଅଯୋଧ୍ୟାର ବହୁଚର୍ଚ୍ଚିତ ମିଲ୍କିପୁର ଆସନରେ ବିଜେପି ବିପୁଳ ବିଜୟ ହାସଲ କରିଛି । ଦଳର ପ୍ରାର୍ଥୀ ଚନ୍ଦ୍ରଭାନୁ ପାସଓ୍ବାନ ନିଜର ନିକଟତମ ପ୍ରାର୍ଥୀ ସମାଜବାଦୀ ପାର୍ଟିର ଅଜିତ ପ୍ରସାଦଙ୍କୁ ୬୧୭୧୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଏହା ସହିତ ଗତ ଲୋକସଭା ନିର୍ବାଚନରେ ଅଯୋଧ୍ୟା ପଡୁଥିବା ଫୈଜାବାଦ ଆସନରେ ହୋଇଥିବା ପରାଜୟର ପ୍ରତିଶୋଧ ନେଇଛି ବିଜେପି । ଏହି ବିଜୟକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନୈତିକ ବିଜୟ ବୋଲି କୁହାଯାଉଛି । 

Advertisment

ଅବଧେଶ ପ୍ରସାଦ ମିଲ୍କିପୁର ବିଧାନସଭା ଆସନ ଛାଡ଼ି ଫୈଜାବାଦ ସାଂସଦ ହେବା ପରେ ଏହି ଆସନଟି ଖାଲି ରହିଥିଲା । ଫୈଜାବାଦ ଅଧିନରେ ବିଜେପିର ହିନ୍ଦୁତ୍ବ ରାଜନୀତିର କେନ୍ଦ୍ର ଅଯୋଧ୍ୟା ଆସୁଥିବାରୁ ସେଠାରେ ପରାଜୟ ବିଜେପିକୁ ବେଶ ବାଧିଥିଲା । ଫଳରେ ମିଲ୍କିପୁର ଉପନିର୍ବାଚନ ବିଜେପି ଓ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଥିଲା ।

ଅବଧେଶ ପ୍ରସାଦ ମିଲ୍କିପୁର ବିଧାନସଭା ଆସନ ଛାଡ଼ି ଫୈଜାବାଦ ସାଂସଦ ହେବା ପରେ ଏହି ଆସନଟି ଖାଲି ରହିଥିଲା । ଫୈଜାବାଦ ଅଧିନରେ ବିଜେପିର ହିନ୍ଦୁତ୍ବ ରାଜନୀତିର କେନ୍ଦ୍ର ଅଯୋଧ୍ୟା ଆସୁଥିବାରୁ ସେଠାରେ ପରାଜୟ ବିଜେପିକୁ ବେଶ ବାଧିଥିଲା । ଫଳରେ ମିଲ୍କିପୁର ଉପନିର୍ବାଚନ ବିଜେପି ଓ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଥିଲା । ଏବେ ମିଲ୍ଲିପୁର ଆସନରେ ବିଜୟ ପରେ ବିଜେପି ସପା ଉପରେ ପ୍ରତିଶୋଧ ନେଇଛି । 

ଅଧିକ ପଢନ୍ତୁ : ଦିଲ୍ଲୀ ଏବେ କେଜ୍ରିୱାଲଙ୍କଠାରୁ ମୁକ୍ତ: କୁମାର ବିଶ୍ବାସ

ଆଜିର ଗଣତି ବେଳେ ପ୍ରଥମ ରାଉଣ୍ଡରୁ ହିଁ ପଦ୍ମ ଆଗୁଆ ରହିଥିଲା, ଯାହାକି ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା । ପ୍ରଥମ ରାଉଣ୍ଡରୁ  ପଛରେ ପଡ଼ିଥିବା ସପା ଗଣତି ଶେଷ ହେବା ପର୍ଯ୍ୟନ୍ତ ପଦ୍ମର ବେଗକୁ ଧରି ପାରିନଥିଲା। ପ୍ରଥମ ରାଉଣ୍ଡର ଫଳାଫଳ ଆସିବା ବେଳକୁ ବିଜେପି ୩୯୯୫ ଖଣ୍ଡ ଭୋଟରେ ଆଗୁଆ ରହିଥିଲା। ପରବର୍ତ୍ତି ରାଉଣ୍ଡ ଗୁଡ଼ିକରେ ଏହି ବ୍ୟବଧାନ ବଢିଚାଲିଥିଲା ଓ ଶେଷରେ ଏହି ବ୍ୟବଧାନ ୬୧୭୧୦ରେ ପହଞ୍ଚିଥିଲା ।

ଅଧିକ ପଢନ୍ତୁ : ଜନଶକ୍ତି ସର୍ବୋପରି: ଦିଲ୍ଲୀ ବିଜୟ ନେଇ କହିଲେ ପ୍ରଧାନମନ୍ତ୍ରୀ